କଟକ: ସିଲଭର ସିଟି କଟକରେ ଦିନ ଦ୍ବିପହରେ ମହିଳାଙ୍କ ଗଳା କାଟି ହତ୍ୟା। ଓଡ଼ିଆ ବଜାର ଅଞ୍ଚଳ କୁତା ସାହି ଗଳିରେ ମହିଳାଙ୍କ ବେକ କାଟି ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଛି। ମୃତକ ବି ଗୁଣବତୀଙ୍କୁ କେହି ଦୁର୍ବୃତ୍ତ ଘରେ ପଶି ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଛନ୍ତି ।ଗୁଣବତୀଙ୍କ ସ୍ବାମୀ ଘରେ ପହଞ୍ଚି ରକ୍ତ ଯୁଡ଼ିବୁଡୁ ଅବସ୍ଥାରେ ଦେଖି ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି । କିଏ କାହିଁକି ଏପରି ଘଟଣା ଘଟାଇଲା ଏବଂ କଣ ପାଇଁ । ସେନେଇ ପୋଲିସ ଛାନଭିନ କରୁଛି । ତେବେ ମହିଳାଙ୍କ ସ୍ୱାମୀ ଡ୍ୟୁଟିକୁ ଯାଇଥିବାବେଳେ ଏପରି ଘଟଣା ଘଟିଥିବା ଗଣମାଧ୍ୟମକୁ କହିଛନ୍ତି ।