ଭୁବନେଶ୍ୱର: ଚଳିତ ମୌସୁମୀ ଅଧିବେଶନର ଗୃହ କାର୍ଯ୍ୟ ଆରମ୍ଭରେ ସାରର କଳା ବଜାରୀ ନେଇ ଆଲୋଚନା ହୋଇଥିଲା। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହରେ ତଥ୍ୟ ରଖିବା ପାଇଁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କହିଥିଲେ। ଉତ୍ତରରେ ଚଳିତ ଖରିଫ ଋତୁରେ ୨ ଲକ୍ଷ ୫ ହଜାର ୨୦୦ ମେଟ୍ରିକ ଟନ୍ ୟୁରିଆ, ୭୭ ହଜାର ୬୭୧ ମେଟ୍ରିକ ଟନ ଡିଏପି, ୨୬ ହଜାର ୬୯୮ ମେଟ୍ରିକ ଟନ ପଟାସ, ୯୫ ହଜାର ୬୩୮ ମେଟ୍ରିକ ଟନ ଗ୍ରୋମର ଚାଷୀଙ୍କ ୁ ଯୋଗାଇ ଦିଆଯାଉଥିବା ମନ୍ତ୍ରୀ କହିଥିଲେ । ତେବେ କେନ୍ଦ୍ର ସରକାର ଚୁକ୍ତି ଅନୁସାରେ ସାର ପ୍ରଦାନ କରୁନଥିବା ମନ୍ତ୍ରୀ କହିଥିଲେ। ଚଳିତ ଖରିଫ ଋତୁରେ ୩ ଲକ୍ଷ ୯୦ ହଜାର ମେଟ୍ରିକ ଟନ୍ ସାର ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୩୬ ହଜାର ୭୬୦ ମେଟ୍ରିକ ଟନ ସାର ପ୍ରଦାନ କରିନଥିବା ମନ୍ତ୍ରୀ ଉତ୍ତରରେ କହିଥିଲେ। ସେପଟେ କଂଗ୍ରେସ ବିଧାୟ ସନ୍ତୋଷ ସିଂ ସାଲୁଜା ରାଜ୍ୟରେ ଅଫିସର ରାଜ ଚାଲିଥିବା ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ। ଗତ ଦୁଇ ବର୍ଷ ତଳେ ୟୁରିଆ ସାରର କଳା ବଜାରୀ ନେଇ ସଇଁତଳା ଥାନାରେ ଏଫାଆର ହୋଇଥିଲା। ସେ ଦୋକାନୀକୁ ପୁଲିସ ଗିରଫ କରିଥିବା ନେଇ ବିଧାୟକ ଶ୍ରୀ ସାଲୁଜା ଉତ୍ତରରେ କହିଥିଲେ। ସେହିପରି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ନୂଆପଡା ଜିଲ୍ଲାରେ କେତେ ସାରର ଆବଶ୍ୟକତା ରହିଛି। ଏହାଛଡା ଯେଉଁ ୟୁରିଆ ନୂଆପଡାରେ ୨୮୫ ଟଙ୍କାରେ ବିକ୍ରି ହେବା କଥା ତାହା ୪ଶହୁ ୪୫୦ ଟଙ୍କା ବିକ୍ରି ହେଉଥିବା ନେଇ ଗୃହରେ ଉଦ୍ବେଗ ପ୍ରକାଶ କରିଥିଲେ। ସେହିପରି ବିଧାୟକ ରୁଦ୍ର ମହାରଥୀ ମୋ ନିର୍ବାଚନମଣ୍ଡଳୀରେ ଆବଶ୍ୟକ ପରିମାଣର ସାରର ଅଭାବ ରହିଛି। ଉଚିତ୍ ସମୟରେ ସାର ମିଳୁ ନାହିଁ ବୋଲି ଶ୍ରୀ ମହାରଥୀ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ପ୍ରଶ୍ନ କରିଥିଲେ।