ପୋଖରୀରେ ବୁଡି ଚାଷୀ ମୃତ

ମୟୂରଭଞ୍ଜ: ଗାଧୋଇବା ପାଇଁ ଯାଇ ପୋଖରରୀ ବୁଡି ଗଲେ ଚାଷୀ । ଏଭଳି ଅଭାବନୀୟ ଘଟଣା ଘଟଛି ମୟୂରଭଞ୍ଜ ଜିଲ୍ଲା ବାଲିଆଢିପା ଗ୍ରାମରେ । ମୃତକ ଜଣକ ହେଲେ ଟୁଡୁ ।ବିଲ କାମ ସାରୀ ଘରକୁ ଆସି ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ । ବିଳମ୍ବ ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ଶେଷରେ ନ ପାଇବାରୁ ଅଗ୍ନାମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ ।ପୋଲିସ ଖବାର ପାଇଁ ଘଟଣା ସ୍ଥଳରେ ପହଂଚି ବହୁତ ଖୋଜା ଖୋଜି କରିବାରୁ ଏକ ପୋଖରୀ ତାଙ୍କ ଶବ ଜବତ କରିଥିଲେ । ଶବ ଜବତ କରିବା ପରେ ଶବ ବ୍ୟବଚ୍ଛେଦ କରିବା ପାଇଁ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତରଣ କରିଥଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।