ସୋନପୁର: ବେଆଇନ କଫ ସିରପ କାରବାରକୁ ନେଇ ତିନି ଜଣଙ୍କୁ ଗିରଫ କରିଛି ସୋନପୁର ଟାଉନ ଥାନା ପୋଲିସ। ମିଳିଥିବା ସୂଚନା ଅନୁସାରେ ୧୦୦ ବୋତଲ କପସିରପ ଏବଂ ଏକ ସ୍କୁଟି ଜବତ କରିଛି ପୋଲିସ। ସୋନପୁର ଟାଉନ ଥାନା ଅଞ୍ଚଳରେ କିଛି ଦିନ ହେଲା ବେଆଇନ ଭାବେ କପସିରପ କାରବାର ଚାଲିଥିଲା। ତେବେ ସୋନପୁର ବାଇପାସ ରୋଡ଼ ବ୍ଳକ ଛକ ପଟାଭାଡି ରୋଡ଼ ମୁଖ୍ୟ ରାସ୍ତାରେ ଥିବା ସଖି ସେଣ୍ଟର ନିକଟରେ ସୋନପୁର ଟାଉନ ପୋଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ ତିନି ଜଣ ଯୁବକଙ୍କୁ ସନ୍ଦେହରେ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତମ ବେହେରା, ଭଗବାନ ସାହୁ ଓ ମାନସ ପାଢ଼ୀ ବୋଲି ଜଣାପଡିଛି। ସମସ୍ତ ଅଭିଯୁକ୍ତ ଦୁଇ ଜଣ ସୋନପୁର ସହର ଓ ଜଣେ ଉଲୁଣ୍ଡାର ବୋଲି ସୋନପୁର ଟାଉନ ପୋଲିସ ଆଇଆଇସି ସୂଚନା ଦେଇଛନ୍ତି। ଏନେଇ ସୋନପୁର ଟାଉନ ଥାନାରେ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍କି ସୂଚନା ଦେଇଥିଲେ।