ଘନେଇବାରେ ଲାଗିଛି ଚତୁର୍ଥ ଲହରର ଭୟ ,ନୂଆ ନିୟମ ଜାରି

ଦେଶରେ କରୋନା ଭାଇରସର ଚତୁର୍ଥ ଲହରର ଭୟ ଘନେଇବା ଆରମ୍ଭ କଲାଣି ।

(ଦିଲ୍ଲୀ) : ଦେଶରେ କରୋନା ଭାଇରସର ଚତୁର୍ଥ ଲହରର ଭୟ ଘନେଇବା ଆରମ୍ଭ କଲାଣି । ତେବେ କୋଭିଡ୍‌ର ଏପରି ବର୍ଦ୍ଧିତ ପରିସ୍ଥିତିକୁ ନେଇ ବିମାନ ଚଳାଚଳ ନିୟନ୍ତ୍ରକ ବା ଡିଜିସିଏ ଯାତ୍ରୀଙ୍କ ପାଇଁ ନୂତନ ନିୟମ ଲାଗୁ କରିଛି ।

ଡିଜିସିଏ ବୁଧବାର ଦିନ କହିଛି ଯେ ଯଦି ଯାତ୍ରୀମାନେ ଚେତାବନୀ ପରେ ବି ବିମାନ ଭିତରେ ଫେସ୍ ମାସ୍କ ପିନ୍ଧିବାକୁ ମନା କରନ୍ତି ତେବେ ଏୟାରଲାଇନସ କୁ ଡିପାରଚର ପୂର୍ବରୁ ଯାତ୍ରୀଙ୍କୁ ଡି-ବୋର୍ଡ କରିବାକୁ ପଡିବ । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏକ ସର୍କୁଲାରରେ କହିଛି ଯେ ଏୟାରପୋର୍ଟ ସଂଚାଳକ ମାନେ ସ୍ଥାନୀୟ ପୋଲିସ ଏବଂ ସୁରକ୍ଷା ଏଜେନ୍ସିର ସାହାଯ୍ୟ ନେଇପାରିବେ ଏବଂ ଯେଉଁମାନେ ଫେସ୍ ମାସ୍କ ପିନ୍ଧନ୍ତି ନାହିଁ ସେମାନଙ୍କ ଉପରେ ଜରିମାନା ଲାଗୁ କରାଯାଇ ପାରିବ ।

ସୂଚନାନୁଯାୟୀ , ଭାରତରେ ୯୩ ଦିନ ପରେ, ଗୋଟିଏ ଦିନରେ କୋଭିଡ୍ ୧୯ ପାଞ୍ଚ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଜୀବାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୩୧ ଲକ୍ଷ ୯୦ ହଜାର ୨୮୨ କୁ ବୃଦ୍ଧି ପାଇଛି । ଜୁନ ୩ ତାରିଖ ଦିନ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିଛି । ଯେଉଁଥିରେ କୁହାଯାଇଥିଲା ଯେ ବିମାନ ବନ୍ଦରରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେବା ଉଚିତ । ଏଥିରେ ବିମାନ କର୍ମଚାରୀ, ଏୟାର ହୋଷ୍ଟେସ୍, ପାଇଲଟ୍ ଏବଂ ଅନ୍ୟମାନେ ଅନ୍ତର୍ଭୁକ୍ତ ରହିଛନ୍ତି । ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଉପରେ ଜୋରିମାନା ଲାଗୁ କରାଯିବା ଉଚିତ । ମାସ୍କ ନ ପିନ୍ଧିବା ବ୍ୟକ୍ତିଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆନଯାଉ ।