ସାଲେପୁରକୁ ମୋ ବସ୍ ସେବା

ସାଲେପୁର: ଦୀର୍ଘ ଦିନ ର ଅପେକ୍ଷା ପରେ ଶେଷରେ କଟକ ଜିଲ୍ଲା ସାଲେପୁର କୁ ଗଡିଲା ମୋ ବସ ସେବା। ଏନେଇ ଅଞ୍ଚଳ ବାସୀ ଙ୍କ ପକ୍ଷରୁ ଖୁସି ର ଲହରୀ ଖେଳିଛି ।ସାଲେପୁର ଅଞ୍ଚଳ ଏକ ଗୁରୁତ୍ୱ ପୂର୍ଣ୍ଣ ଅଞ୍ଚଳ ହୋଇ ଥିବାରୁ ନିୟମିତ ସାଲେପୁର ସହର ରୁ ଶହ ଶହ ଲୋକେ ଵିଭିନ୍ନ ସ୍ଥାନକୁ ଯାନ ବାହାନ ଯୋଗେ ଯିବାଆସିବା କରୁଥିବା ରୁ ଏହି ମୋ ବସ୍ ସେବା ଉନ୍ନତ ମାନର ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଅଂଚଳବାସୀ। ପ୍ରତ୍ୟେକ ଦିନ ଯାତ୍ରୀ ମାନଙ୍କୁ କଟକ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରକୁ ଯାତାୟତ କରୁଥିବା ରୁ ଏହି ମୋ ବସ୍ ସେବା ସୁରକ୍ଷିତ ଓ ଆରାମପ୍ରଦ ହୋଇପାରିବ ।ସାଲେପୁର ବାସୀଙ୍କ ଦାବି ଓ ଶେଷରେ ବିଧାୟକ ପ୍ରଶାନ୍ତ ବେହେରା ଙ୍କ ଉଦ୍ୟମ କ୍ରମେ ରାଜ୍ୟ ସରକାର ଙ୍କ ପକ୍ଷ ରୁ ଆଜି ସାଲେପୁର ଦେଇ ମୋ ବସ ସେବା ଆରମ୍ଭ ହୋଇଛି ।ସାଲେପୁର ବ୍ଲକ୍ ଅଧକ୍ଷ ରାମଚନ୍ଦ୍ର ଭୋଇ ଏହି ବସ କୁ ପତାକା ଦେଖାଇ ଶୁଭାରମ୍ଭ କାରିଥିଲେ। ଏନେଇ ସାଲେପୁର ବାସୀଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।