ପତ୍ନୀଙ୍କୁ ‘ଚଲିଏ ହୁକୁମ’ କହି ଚର୍ଚ୍ଚାରେ ଗୃହମନ୍ତ୍ରୀ ଅମିତ ଶାହା

ଆସନ୍ତା କାଲି ଅର୍ଥାତ ଜୁନ୍ ୩ରେ ରିଲିଜ୍ ହେବ ଫିଲ୍ମ 'ସମ୍ରାଟ ପୃଥ୍ଵୀରାଜ' ।

(ମୁମ୍ବାଇ) : ଆସନ୍ତା କାଲି ଅର୍ଥାତ ଜୁନ୍ ୩ରେ ରିଲିଜ୍ ହେବ ଫିଲ୍ମ ‘ସମ୍ରାଟ ପୃଥ୍ଵୀରାଜ’ । ବୁଧବାର ଦିନ ଦିଲ୍ଲୀରେ ଫିଲ୍ମର ସ୍ପେସାଲ୍ ସ୍କ୍ରିନିଂ ରଖାଯାଇଥିଲା। ପତ୍ନୀ ସୋନଲଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ଫିଲ୍ମର ସ୍କ୍ରିନିଂରେ ପହଞ୍ଚିଥିଲେ। ଏହାପରେ ସେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ‘ସମ୍ରାଟ ପୃଥ୍ୱୀରାଜ’ ଦେଖିବା ପରେ ଅମିତ ଶାହା ଫିଲ୍ମକୁ ପ୍ରଶଂସା କରି କହିଛନ୍ତି, ୧୩ ବର୍ଷ ପରେ ସେ ପରିବାର ସହିତ ଥିଏଟରରେ ଫିଲ୍ମ ଦେଖୁଛନ୍ତି। ଭାରତ ଶତାବ୍ଦୀ ଧରି ବାହ୍ୟ ଆକ୍ରମଣ ବିରୋଧରେ ଲଢେଇ କରୁଛି। ଦ୍ୱାଦଶ ଶତାବ୍ଦୀର ରାଜା ପୃଥ୍ୱୀରାଜ ଦେଶର ସାର୍ବଭୌମତ୍ୱ ତଥା ଭାରତର ସଂସ୍କୃତିକୁ ସୁରକ୍ଷା ପାଇଁ ଲଢିଥିଲେ। ଯେଉଁମାନେ ମହିଳା ଅଧିକାରକୁ ସମର୍ଥନ କରନ୍ତି ସେମାନେ ଏହି ଫିଲ୍ମ ଦେଖିବା ଜରୁରୀ।

ଭାଷଣ ଶେଷ କରିବା ପରେ ଯେତେବେଳେ ଅମିତ ଶାହା ଚାଲିବା ପାଇଁ ଠିଆ ହେଲେ, ତାଙ୍କ ଆଗରେ ସୋନଲ ଛିଡା ହୋଇଥିଲେ। ସେ ବୁଝି ପାରୁନଥିଲେ କେଉଁପଟେ ବାହରିବେ। ଏହା ଉପରେ ଅମିତ ଶାହା ତାଙ୍କୁ କହିଲେ – ଚଲିଏ ହୁକୁମ। ଅମିତ ଶାହା ଏହାକୁ ଏପରି ଅନ୍ଦାଜରେ କହିଲେ ଯେପରି ଫିଲ୍ମ ସମ୍ରାଟ ପୃଥ୍ୱୀରାଜ ସମସ୍ତ ଚରିତ୍ର କୁହନ୍ତି।