‘ଆମିରଙ୍କ ନାଁ ଆଗରୁ ମିଷ୍ଟର ପରଫେକ୍ସନିଷ୍ଟର ଟ୍ୟାଗ୍ ହଟେଇ ଦେବା ଉଚିତ୍’
ଫିଲ୍ମ 'ଲାଲ ସିଂହ ଚଢ଼ା'କୁ ନେଇ ଚର୍ଚ୍ଚା ଜୋର ଧରିଛି ।
(ମୁମ୍ବାଇ) : ଫିଲ୍ମ ‘ଲାଲ ସିଂହ ଚଢ଼ା’କୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଭିନେତା ଆମିର ଖାନ ଓ ଅଭିନେତ୍ରୀ କରୀନା କପୁର ଖାନଙ୍କ ଅପକମିଂ ଫିଲ୍ମ ଲାଲ ସିଂହ ଚଢ଼ାର ଟ୍ରେଲର ନିକଟରେ ରିଲିଜ ହୋଇଛି । ରିଲିଜ ହେବ କ୍ଷଣି ଭାଇରାଲ ହେଉଛି । ସୋସିଆଲ ମିଡ଼ିଆ ୟୁଜରମାନେ ଟ୍ରେଲର ଉପରେ ରିଆକ୍ସନ ଦେବା ଆରମ୍ଭ କରିଛନ୍ତି ।

ଲାଲ ସିଂହ ଚଢ଼ାର ଟ୍ରେଲର ରିଲିଜ ହେବା ପର ଠାରୁ ହିଁ ଗୋଟେପଟେ ଯେଉଁଠି ଆମିର ଖାନଙ୍କୁ ଟ୍ରୋଲ କରାଯାଉଛି ତ ଅନ୍ୟପଟେ ଟ୍ୱିଟରରେ ଧୂମ ୩ ମଧ୍ୟ ଟ୍ରେଣ୍ଡ ହେଉଛି।

ବହୁ ସଂଖ୍ୟାରେ ଟ୍ୱିଟର ୟୁଜରଙ୍କର ଏମିତି କହିବାନୁଯାୟୀ , ଏବେ ଆମିର ଖାନଙ୍କ ନାଁ ଆଗରୁ ମିଷ୍ଟର ପରଫେକ୍ସନିଷ୍ଟର ଟ୍ୟାଗ୍ ହଟେଇ ଦେବା ଉଚିତ୍ , କାରଣ ସେ ଏବେ ସବୁ ଫିଲ୍ମରେ ଏକାଭଳି ଆକ୍ଟିଂ କରୁଛନ୍ତି। କିଛି ଫିଲ୍ମର ସ୍କ୍ରିନସଟ୍ସ ମଧ୍ୟ ଭାଇରାଲ ହେଉଛି , ଯେଉଁଥିରେ ଆମିର ଖାନ୍ ଏକାଭଳି ହିଁ ଏକ୍ସପ୍ରେସନ୍ସ ଦେବାର ଦେଖିବାକୁ ମିଳୁଛି ।