ନୁଆଦିଲ୍ଲୀ : ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ । ଜୁନ ୧୦ରେ ଅନୁଷ୍ଠିତ ହେବା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ମେ ୨୪ରେ ପ୍ରକାଶ ପାଇବ ବିଧିବଧ ବିଜ୍ଞପ୍ତି । ଓଡିଶରେ ୩ଟି ଆସନପାଇଁ ଜୁନ ୧୦ରେ ହେବ ନିର୍ବାଚନ । ଏବଂ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ମେ ୩୧ । ଜୁନ ୧ରେ ହେବ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୩ ଜୁନରେ ପ୍ରାର୍ଥିପତ୍ର ପ୍ରଥ୍ୟାହାର ହେବ । ଏହା ସହ ଜୁନ ୧୦ରେ ୯ଟାରୁ ୪ଟା ପର୍ଯ୍ୟନ୍ତ ହେବ ଭୋଟିଂ । ଆଉ ଜୁନ ୩୧ ସୁଧା ସରିବ ନିର୍ବାଚନ ପ୍ରକ୍ରିୟା । ଓଡ଼ିଶା ସମେତ ହରିୟାଣା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ବିହାର, ଉତ୍ତରାଖଣ୍ଡ, ରାଜସ୍ଥାନ, ପଂଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଦି ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ପାଇଁ ଜୁନ୍ ୧୦ ତାରିଖରେ ନିର୍ବାଚନ ହେବା ନେଜ଼ ସୂଚନା ଦେଇଛନ୍ତି ନିର୍ବାଚନ କମିସନ । ଏପଟେ ଜୁନ ୧ରେ ସରିବ ଓଡ଼ିଶାର ଏନ ଭାସ୍କର ରାଓ, ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ୟ୍ୟଙ୍କର କାର୍ୟ୍ୟକାଳ । ଦେଶର ୧୫ଟି ରାଜ୍ୟର ୫୭ଟି ଆସନରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ ।