ଅଚାନକ ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର
ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତ ରାହାଞ୍ଜ ସାହିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।
(ଭଦ୍ରକ) : ଅଚାନକ ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର। ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତ ରାହାଞ୍ଜ ସାହିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ରବିବାର ବିଳମ୍ବିତ ରାତି ପ୍ରାୟ ୩ଟାରେ ଅଗ୍ନିକାଣ୍ଡ ଘଟି ପ୍ରହଲ୍ଲାଦ ସାହୁଙ୍କ ୭ ବଖରା ଘର ଜଳି ଭଷ୍ମୀଭୂତ ହୋଇଯାଇଛି। ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି।

ସୂଚନାନୁଯାୟୀ, ସମସ୍ତେ ଶୋଇଥିବା ଅବସ୍ଥାରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ପରିବାର ଲୋକ ଜୀବନ ବିକଳରେ ଘରୁ ବାହାରି ଆସିଥିଲେ। ବିଦ୍ୟୁତ୍ ସର୍ଟ୍ ସର୍କିଟ୍ ଯୋଗୁଁ ଏମିତି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ ୧୫ହଜାର ନଗଦ ଟଙ୍କା ୪ଭରି ସୁନା ଓ ବିଭିନ୍ନ ଦରକାରୀ କାଗଜପତ୍ର ଧାନ, ଚାଉଳ, ଘରୋଇ ଉପକରଣ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।