ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତ ଜଗତର ବେତାଜ୍ ବାଦଶାହ ପ୍ରଫୁଲ୍ଲ କର

ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ସଙ୍ଗୀତ ଜଗତର ବେତାଜ୍ ବାଦଶାହ ।ସ୍ୱର୍ଗଦ୍ୱାରରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଶେଷକୃତ୍ୟ ସମ୍ପନ୍ନ । ରାଷ୍ଟ୍ରିୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଅନ୍ତିମ ସଂସ୍କାର। ପ୍ରଫୁଲ୍ଲଙ୍କ ବଡପୁଅ ମହାଦୀପ କର ଦେଲେ ମୁଖାଗ୍ନୀ ଦେଇଛନ୍ତି। ତେବେ ଅନ୍ତିମ ସଂସ୍କାରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ରବିବାର ରାତି ୯.୩୦ରେ ପ୍ରଫୁଲ କରଙ୍କ ଦେହାନ୍ତ ହୋଇଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି । ଭୁବନେଶ୍ୱର ସ୍ଥିତ ସତ୍ୟନଗର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ସୁର ସାଧନାରେ ବେଶ ନିପୁଣ ସ୍ୱର ସମ୍ରାଟ ପ୍ରଫୁଲ କରଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ ଭାରତ ସରକାର । ସେଥିପାଇଁ ତ ପଦ୍ମଶ୍ରୀ ସମ୍ମାନରେ ତାଙ୍କୁ କରାଯାଇଥିଲା ସମ୍ମାନୀତ। ଅନେକ ସୁମଧୁର ସଙ୍ଗୀତରେ ଓଡ଼ିଆ ଦର୍ଶକଙ୍କୁ ବାନ୍ଧି ରଖିଥିବା କଣ୍ଠଶିଳ୍ପୀ ତଥା ସଙ୍ଗୀତକାରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଫୁଲ୍ଲ କରଙ୍କ ବିୟୋଗ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ତାଙ୍କ ବିୟୋଗରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଗଭୀର ଶୋକ ପ୍ରକାଶ ସହ ପରିବାରକୁ ସମବେଦନା ଜଣାଇଛନ୍ତି । ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟାଇଛି ପ୍ରଫୁଲ୍ଲଙ୍କ ପରଲୋକ ।