ରାଇରଙ୍ଗପୁର/ସତ୍ୟନାରାୟଣ ପଲ : ଟ୍ରକକୁ ପିଟିଲା ବାଇକ୍ ,ଦୁଇ ମୃତ ଜଣେ ଗୁରୁତର। ଏ ଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ଫାଣ୍ଡି ନିକଟସ୍ଥ ଜାତୀୟ ରାଜପଥରେ । ରାଇରଙ୍ଗପୁର ଯଶିପୁର ରାସ୍ତା ଗୋପାଳପୁର ଛକରେରେ ଠିଆ ହୋଇଥିବା ସିମେଣ୍ଟ ଟ୍ରକକୁ ଭାରସାମ୍ୟ ହରାଇ ଏକ ବାଇକ୍ ସାମ୍ନା ପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ ରେ ଥିବା ୩ ଜଣ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ।
ଘଟଣାଟି ଶୁକ୍ରବାର ରାତି ୧୦ଟା ପାଖାପାଖି ସମୟରେ ଘଟିଥିଲା ।ସଙ୍ଗେ ସଙ୍ଗେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ୩ଜଣ ଯାକ ମହିଷାନେଦା ଗ୍ରାମର ବୋଲି ଜଣାପଡିଛି ।ମୃତକ ହେଲେ ମହିଷାନେଦା ଗ୍ରାମର ଶ୍ୟାମ ମୁର୍ମୁ (୨୨) ପିତା ସ୍ବର୍ଗତ ଡାକ୍ତର ମୁର୍ମୁ,ଭଗବାନ ମୁର୍ମୁ (୨୫) ପିତା ସ୍ବର୍ଗତ ବାଲା ମୁର୍ମୁ,ଗୁରୁତର ଜଣକ ହେଲେ ନାରାୟନ ସୋରେନ । ନାରାନଙ୍କୁ ବାରିପଦା ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ଖବର ଶୁଣି ଗାଁ ରେ ଶୋକାକୁଳ ପରିବେଶ ହୋଇ ଉଠିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ଅପମୃତ୍ଯୁ ମାମଲା କେଶନମ୍ବର ୫୬ ରୁଜୁ କରି ତଦନ୍ତ କରୁଛି ।