ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍ ଚର୍ଚ୍ଚିତ ଯୋଡ଼ି ରଣବୀର-ଆଲିଆ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ଦୁହିଁଙ୍କ ବିବାହକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଚାରି ବର୍ଷ ଧରି ଡେଟିଂ ପରେ ବର୍ତ୍ତମାନ ସାତ ଜନ୍ମ ପାଇଁ ସାଥି ହେବାକୁ ଯାଉଛନ୍ତି ବଲିଉଡର ଏହି ଚର୍ଚ୍ଚିତ ଯୋଡ଼ି ।ବିବାହକୁ ନେଇ ଭଟ୍ଟ ପରିବାର ଏବଂ କପୁର ପରିବାରରେ ଚାଲିଛି ଜୋରଦାର ପ୍ରସ୍ତୁତି। ବିବାହ ତାରିଖ ଏବଂ ସ୍ଥାନ ସବୁକିଛି ସ୍ଥିର ହୋଇ ସାରିଥିବା ସମୟରେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ଘୋଷଣା କରି ନାହାନ୍ତି ଉଭୟ ପରିବାର ।

ସୂଚନା ଅନୁଯାୟୀ, ଉଭୟ ଯୋଡ଼ିଙ୍କ ବିବାହ ଉତ୍ସବ ଏପ୍ରିଲ ୧୩ କିମ୍ବା ୧୪ ରୁ ଆରମ୍ଭ ହେବ | ଉଭୟ ବିବାହ ପୂର୍ବ ଉତ୍ସବ ‘ଆର.କେ ହାଉସ୍’ରେ ଅନୁଷ୍ଠିତ ହେବ | କୁହାଯାଉଛି ଯେ ୩-୪ ଦିନର ସମାରୋହ ପରେ ରଣବୀର-ଆଲିଆ ପଞ୍ଜାବୀ ରୀତିନୀତି ଅନୁଯାୟୀ ଏପ୍ରିଲ ୧୭ରେ ବିବାହ କରିବେ।ତେବେ ବିବାହ ତାରିଖ ସମ୍ପର୍କରେ ଉଭୟ ବିବାହକୁ ନେଇ ଭଟ୍ଟ ପରିବାର ଏବଂ କପୁର ପରିବାରରେ ଚାଲିଛି ଜୋରଦାର ପ୍ରସ୍ତୁତି। ବିବାହ ତାରିଖ ଏବଂ ସ୍ଥାନ ସବୁକିଛି ସ୍ଥିର ହୋଇ ସାରିଥିବା ସମୟରେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ଘୋଷଣା କରି ନାହାନ୍ତି ଉଭୟ ପରିବାର । ଉଭୟ ପରିବାର ବିବାହକୁ ଗୁପ୍ତ ରଖିବାକୁ ଚାହାଁନ୍ତି।

ଚାରି ବର୍ଷ ଧରି ଡେଟିଂ ପରେ ବର୍ତ୍ତମାନ ସାତ ଜନ୍ମ ପାଇଁ ସାଥି ହେବାକୁ ଯାଉଛନ୍ତି ବଲିଉଡର ଏହି ଚର୍ଚ୍ଚିତ ଯୋଡ଼ି ।ତାଙ୍କ ପାର୍ଟୀରେ ତାଙ୍କର ଅତି ଘନିଷ୍ଠ ବନ୍ଧୁ ଏବଂ ରଣବୀରଙ୍କ ପିଲାଦିନର ବନ୍ଧୁମାନେ ଯୋଗଦେବେ | ଏହି ତାଲିକାରେ ଅର୍ଜୁନ କପୁର, ଆଦିତ୍ୟ ରୟ କାପୁର ଏବଂ ଆୟାନ ମୁଖାର୍ଜୀଙ୍କ ନାମ ଅନ୍ତର୍ଭୁକ୍ତ। ଏହି ତିନିଜଣ ରଣବୀରଙ୍କର ଅତି ଘନିଷ୍ଠ ବନ୍ଧୁ |ସେହିଭଳି ଏହି ଚର୍ଚ୍ଚିତ ଯୋଡ଼ିର ବିବାହ ନିମନ୍ତ୍ରଣକୁ ବରୁଣ ଧାୱନ ଏବଂ ତାଙ୍କ ଭାଇ ରୋହିତ ଧାୱନ, ଆୟାନ ମୁଖାର୍ଜୀ, ଡିଜାଇନର୍ ମାସାବା ଗୁପ୍ତା, ଅର୍ଜୁନ କପୁର, ଅକ୍ଷୟ ରଂଜନ, ଅନୁଷ୍କା ରଣଜା ଏବଂ ମନୀଷ ମଲହୋତ୍ରାଙ୍କୁ ମଧ୍ୟ ପଠାଯାଇଛି। ଏହି ବିବାହରେ ରଣବୀରଙ୍କ ସମ୍ପର୍କୀୟ କରିସ୍ମା କପୁର,କରୀନା କପୁର ଖାନ ଏବଂ କରୀନାଙ୍କ ସ୍ୱାମୀ ସୈଫ ଅଲି ଖାନ ମଧ୍ୟ ଯୋଗଦେବେ।

ଏହି ଷ୍ଟାର ଦମ୍ପତି ଏହି ମାସ ଶେଷରେ ଏକ ରିସେପ୍ସନ୍ ପାର୍ଟି ଦେବେ ବୋଲି ଜଣାଯାଇଛି | ରିପୋର୍ଟ ଅନୁଯାୟୀ, ରଣବୀର ସିଂ, ଦୀପିକା ପାଦୁକୋନ, ଶାହରୁଖ ଖାନ, ଆଦିତ୍ୟ ରୟ କାପୁର, ଆଦିତ୍ୟ ଚୋପ୍ରା ଏବଂ ଅନ୍ୟମାନଙ୍କୁ ସେମାନଙ୍କ ରିସେପ୍ସନ ପାର୍ଟି ପାଇଁ ନିମନ୍ତ୍ରଣ କରିଛନ୍ତି। ରିପୋର୍ଟ ଅନୁଯାୟୀ, ବିବାହ ପରେ ଆଲିଆ ଏବଂ ରଣବୀର ହନିମୁନ୍‌ ପାଇଁ ସ୍ୱିଜରଲ୍ୟାଣ୍ଡ ଯିବେ।