୨୮ ଓ ୨୯ ସାଧାରଣ ଧର୍ମ ଘଟକୁ ସିପିଆଇ ଏମ-ଏଲ ରେଡଷ୍ଟାର ପାର୍ଟିର ସମର୍ଥନ

ଭୁବନେଶ୍ବର: ଶହ ଶହ ବର୍ଷ ର ସଂଗ୍ରାମ ଫଳରେ ଭାରତ ବର୍ଷର ଶ୍ରମିକ ଶ୍ରେଣୀ ଯେଉଁ ୪୪ଟି ଶ୍ରମ ଆଇନ ହାସଲ କରିଥିଲା ତାକୁ ବାତିଲ କରି କେନ୍ଦ୍ର ରେ ବିଜେପି ସରକାର ମାଲିକ ସପକ୍ଷ ବାଦୀ ଶ୍ରମିକ ଓ କର୍ମଚାରୀ ବିରୋଧୀ ୪ଟି କଳା ଶ୍ରମ କୋଡ଼ ପରିବର୍ତ୍ତନ କରିବା, ଇପିଏଫ ସୁଧହାର ହ୍ରାସ କରିବା ରାଷ୍ଟ୍ରାୟତ ସଂସ୍ଥାଗୁଡ଼ିକର ଘରୋଇକରଣ, ବ୍ୟାଙ୍କ ଓ ବୀମା କ୍ଷେତ୍ରରେ ଦେଶୀ- ବିଦେଶୀ ଘରୋଇ ପୁଞ୍ଜି କୁ ପ୍ରୋତ୍ସାହନ ଏବଂ ଟ୍ରେଡ ୟୁନିଅନର ଅଧିକାର କୁ ସଂକୁଚିତ କରିବା ବିରୋଧରେ ଟ୍ରେଡ ୟୁନିଅନ ସଂଗଠନ ମାନେ ଆସନ୍ତା ୨୮ ଓ ୨୯ ରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ର ଯେଉଁ ଡାକରା ଦେଇଛନ୍ତି, ତାକୁ ସିପିଆଇ ଏମ-ଏଲ ରେଡଷ୍ଟାର ପାର୍ଟି ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି ।

ସିପିଆଇ ଏମ-ଏଲ ରେଡଷ୍ଟାରର ରାଜ୍ୟ ସମ୍ପାଦିକା ପ୍ରମିଳା ଏକ ପ୍ରେସ ବିବୃତିରେ କହିଛନ୍ତି ଯେ-ସେମାନଙ୍କର ଦାବି କେବଳ ଶ୍ରମିକ ଓ କର୍ମଚାରୀ ମାନଙ୍କର ନୁହେଁ, ସମସ୍ତ ଖଟିଖିଆ, କୃଷକ, ବସ୍ତି ବାସିନ୍ଦା, ମହିଳା ଓ ମଧ୍ୟବିତ୍ତ ଜନସାଧାରଣଙ୍କର ଦାବି ଏବଂ ଏହା ଦେଶର ସ୍ଵାର୍ଥ ରକ୍ଷା ପାଇଁ ଉଦ୍ଦିଷ୍ଟ । ଏଣୁ ୨୮ ଓ ୨୯ ଦୁଇ ଦିନ ସିପିଆଇ ଏମ-ଏଲ ରେଡଷ୍ଟାର ପାର୍ଟି ର ସମସ୍ତ ସାଥି ଓ ସମର୍ଥକ ଏହି ଧର୍ମ ଘଟକୁ ସଫଳ କରାଇବା ପାଇଁ ପ୍ରମିଳା ନିବେଦନ କରିଛନ୍ତି ।