ଆଜି ମାଲକାନଗିରି ପରିଦର୍ଶନରେ ଯିବେ ରାଜ୍ୟପାଳ ଗଣେଶୀ ଲାଲ୍
ଆଜି (ମଙ୍ଗଳବାର) ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ।
(ମାଲକାନଗିରି) : ଆଜି (ମଙ୍ଗଳବାର) ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ସେ ବଣ୍ଡାଘାଟି ସହ ମୁଦୁଲିପଡ଼ାର ସୀତାକୁଣ୍ଡ ପରିଦର୍ଶନ କରିବା ଏବଂ ସେଠାରେ ନିର୍ମିତ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପାଦୁକା ସ୍ଥାପନ କରିବା ସହ ରାଷ୍ଟ୍ରୀୟ କବି ସମ୍ମିଳନୀରେ ଯୋଗଦେବେ ବୋଲି ସୂଚନା ମିଳିଛି ।
ସୂଚନାନୁଯାୟୀ , ରାଜ୍ୟପାଳଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥିସହ ଗତ ଶିବରାତ୍ରୀରୁ ଶ୍ରୀଲଙ୍କାସ୍ଥିତ ଅଶୋକ ବନରୁ ବାହାରିଥିବା ଶ୍ରୀରାମ ବନଗମନ ଯାତ୍ରାର ସୁସଜ୍ଜିତ ରଥ ମଙ୍ଗଳବାର ବଣ୍ଡାଘାଟିରେ ପହଞ୍ଚିବ ।