(ବିଶ୍ୱଜିତ ଦାସ): ଆଜି ଦି ପ୍ରେସ କ୍ଲବ ଓଡ଼ିଶା ପରିସରରେ ଓଡ଼ିଶା ଦୁନୀତି ସଂଘର୍ଷ ମଚଂର ୭ମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଲୋଚନା ଚକ୍ର “ମୋ ସ୍ୱପ୍ନର ଓଡ଼ିଶା’ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସାଧାରଣ ସଂମ୍ପାଦକ ଇଂ ଜଗବଂଧୁ ଷଡ଼ଙ୍ଗୀ ମଚଂର କାର୍ଯ୍ୟକ୍ରମ ଓ ଦୁର୍ଦୀତି ନେଇ ଆଲୋଚନା କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରୀ କର୍ମଚାରୀ ଅନ୍ୟାନ୍ୟ ରାଜନୌତିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ପାଇଲେ ମଚଂ ତରଫରୁ ଉଚିତ ଫୋରମରେ ଦୁର୍ନୀତିକୁ ଲୋକ ଲୋଚନକୁ ଆଣିବା ନେଇ ଆଲୋଚନା କରାଯାଇଥିଲା । ନୂତନ ଭାବେ ବ୍ଲକ ଓ ଜିଲ୍ଲା ସ୍ତରରେ ଶାଖା ଖୋଲାଯିବା ସମ୍ପର୍କରେ ବିଶେଷ ତଥ୍ୟ ଦିଆଯାଇଥିଲା । ଆଗାମୀ ଦିନରେ ଦୁନୀତି ଦୂର କରିବାପାଇଁ ମଂଚର ସମସ୍ତ ସଭ୍ୟ, ସଭ୍ୟା ତଥା ଜନସାଧାରଣ ସହଯୋଗ କରିବା ପାଇଁ ଶ୍ରୀ ଷଡ଼ଙ୍ଗୀ ନିବେଦନ କରିଥିଲେ । ରାଜ୍ୟର ୨୬ ଟି ଶାଖା ମଧ୍ୟରୁ ଉତ୍ତମ କାର୍ଯ୍ୟକରିଥିବା ସଭ୍ୟ ସଭ୍ୟାଙ୍କୁ ସମ୍ମାନୀତ କରାଯାଇଥିଲା । ମଂଚର ଅଧ୍ୟକ୍ଷ ଉମାଚରଣ ମିଶ୍ର ସଭାରେ ସଭାପତିତ୍ୱ କରିଥିଲା ବେଳେ ସ୍ୱାଗତ ଭାଷଣ ଦେଇଥିଲେ । ଡ଼ଃ ପ୍ରଶାନ୍ତ ଆଚାର୍ଯ୍ୟ , ଉପାସନା ରାଓ,ମିଲନ୍ କୁମାରୀ ପଣ୍ଡା ସଭାପରିଚାଳନାରେ ସହଯୋଗ କରିଥିଲେ । ଇଂ ନନ୍ଦନନ୍ଦନ ଦାସ, ଉପସଭାପତି ବଂଶିଧର ପାଢି, ରାଜ୍ୟ ସାଧାରଣ ସଂପାଦକ ଇଂ ଜଗବଂଧୁ ଷଡ଼ଙ୍ଗୀ ,କୋଷାଧ୍ୟକ୍ଷ ଅମିର ପ୍ରସାଦ ସାହୁ , ସହସଂପାଦକ ଲାୟନ କ୍ଷତିଶ୍ ପାଲଟାସିଂ ,ସହକାରୀ ସଂପାଦକ ଉପାସନା ରାଓ ଓ ଅନ୍ୟ କମିଟି ସଭ୍ୟମାନେ ନିର୍ବାଚିତ ହୋଇଥିଲେ ।