ରାୟଗଡା( ମନୋଜ କୁମାର ସାହୁ):-ବର୍ତ୍ତମାନ ଓଡ଼ିଶାରେ ମହାନଗର ନିଗମ ପୈାର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ନିମନ୍ତେ ରାଜ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ବର୍ତ୍ତମାନ ଭୋଟର କାହାକୁ ନିଜ ପ୍ରତିନିଧି ଭାବେ ବାଛିବେ ସେ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଆରମ୍ଭ ହେ।ଇଗଲାଣି । ସେହିପରି ରାୟଗଡା ପୈାର ପରିଷଦରେ ମଧ୍ୟ ନିର୍ବାଚନ ସରଗରମ ଦେଖିବାକୁ ମିଳିଛି । ଚଳିତ ପୌର ପରିଷଦ ନିର୍ବାଚନ ବୈତରଣୀରେ ପାର ହେବା ପାଇଁ ପ୍ରମୁଖ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନେଙ୍କ ରଣନୀତିକୁ ଜୋରଦାର ପ୍ରସ୍ତୁତ କରୁଛନ୍ତି । ୧୯୭୧ ମସିହାରେ ରାୟଗଡ ପୈାର ପରିଷଦ ଗଠନ ହୋଇଥିଲା । ସେତେବେଳେ ପୈାର ପରିଷଦ ଅଧ୍ୟକ୍ଷ ଭାବେ ବି. ଶଙ୍କର ରାଓ ନିର୍ବାଚିତ ହୋଇଥିଲେ । ସେହିଭଳି ୨୦୦୩ ମସିହା ଠାରୁ ୨୦୧୮ ମସିହା ପର୍ଯ୍ୟନ୍ତ ପୈାର ଅଧ୍ୟକ୍ଷ ପଦବୀ ବିଜେଡି ହାତରେ ରହିଥିଲା । ଏହାପରେ ୨୦୧୯ ଠାରୁ ୨୦୨୨ପର୍ଯ୍ୟନ୍ତ ପୌର ପରିଷଦ ନିର୍ବାଚନ କୋରନା ଭୁତାଣୁର ପ୍ରଭାବ ଯୋଗୁ ନିର୍ବାଚନ ସ୍ଥଗିତ ଥିଲା । ରାୟଗଡା ପୈାର ପରିଷଦର ୨୪ ଗୋଟି ୱାର୍ଡରେ ମୋଟ ୫୬ ,୫୯୭ ଜଣ ଭୋଟର ଥିବା ବେଳେ ସେଥିମଧ୍ୟରୁ ୨୭,୪୭୨ ଜଣ ପୁରୁଷ ଭୋଟର , ୨୯ ,୦୭୨ ଜଣ ମହିଳା ଭୋଟର ଓ ୫୩ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ।
ରାୟଗଡା ପୈାର ପରିଷଦ ନିର୍ବାଚନ ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଥିବା ଓ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ ହେବ ବୋଲି ପ୍ରକାଶ କରିଛନ୍ତି ରାୟଗଡ ଉପଜିଲ୍ଲାପାଳ । ରାୟଗଡା ପୈାର ପରିଷଦର ଅଧ୍ୟକ୍ଷ ନିମନ୍ତେ ସାଧାରଣଵର୍ଗ ପାଇଁ ସଂରକ୍ଷଣ ଥିବା ବେଳେ ୨୪ ଗୋଟି ୱାର୍ଡରେ ସାଧାରଣ ବର୍ଗ ରମହିଳା ଙ୍କ ନିମନ୍ତେ ୮ ଗୋଟି, ସାଧାରଣ ଵର୍ଗ ପୁରୁଷ ଙ୍କ ନିମନ୍ତେ ୯ ଗୋଟି, ଅନୁସୂଚିତ ଜାତି ମହିଳାଙ୍କ ନିମନ୍ତେ ୨ ଗୋଟି, ଅନୁସୂଚିତ ଜାତି ପୁରୁଷଙ୍କ ନିମନ୍ତେ ୧ ଗୋଟି, ଅନୁସୂଚିତ ଜନଜାତି ମହିଳାଙ୍କ ନିମନ୍ତେ ୨ ଗୋଟି, ଅନୁସୂଚିତ ଜନଜାତି ପୁରୁଷଙ୍କ ନିମନ୍ତେ ୨ ଗୋଟି କାଉନସିଲର ଆସନ ସଂରକ୍ଷିତ ରହିଛି । ସହରାଞ୍ଚଳର ବିକାଶ କରିବା ସହ ରାସ୍ତାଘାଟ, ଡ୍ରେନେଜ, ପାନୀୟଜଳର ସୁବିଧା, ସହରାଞ୍ଚଳରେ ଆଲୋକୀକରଣ ଓ ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ଗୁଡିକ କରିବା ସହ ମହିଳା ମାନଙ୍କର ସଶକ୍ତିକରଣ କରିବା ଦିଗରେ ବହୁ ପଦକ୍ଷେପ ମାନ ନେଇଛି ଏହା ହଁ ବିଜେଡିର ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ରହିବ ବୋଲି ବିଜେଡି ଅଧ୍ୟକ୍ଷ ପ୍ରାଥି ପ୍ରକାଶ କରିଛନ୍ତି । ସେହିପରି କଂଗ୍ରେସ ଦଳ ଚଳିତ ପୈାର ନିର୍ବାଚନକୁ ଗୁରୁତ୍ୱ ଦେଇ ବିଜେଡି ବିଜେପି ମଧ୍ୟ ତା ସଂଗଠନକୁ ସହରାଞ୍ଚଳରେ ମଜବୁତ କରିଥିବାବେଳେ ବିଭିନ୍ନ ଜନହିତକର ଯୋଜନାମାନ ନେଇ ଭୋଟଙ୍କୁ ଆକୃଷ୍ଟ କରିବା ସହ ତାଙ୍କ ସପକ୍ଷରେ ନିର୍ବାଚନ ଫଳାଫଳ ଆସିବ ବୋଲି ଆଶାବାଦୀ ଥିବା ପ୍ରକାଶ କରିଛନ୍ତି ବିଜେପି ଦଳ ଅଧ୍ୟକ୍ଷ ପ୍ରାଥି।ଚଳିତ ପୈାର ପରିଷଦ ନିର୍ବାଚନରେ ସହର କିଛି ପରିବର୍ତ୍ତନ ଓ ସହରର ବିକାଶ ଦିଗରେ ପ୍ରାର୍ଥୀ ମାନେ କାର୍ଯ୍ୟକରିବେ ବୋଲି ବେଶ ଆଶାବାଦୀ ଅଛନ୍ତି ଭୋଟର । ଭୋଟର ଙ୍କ ମୁଡ କେଉଁ ଦଳ ପ୍ରତି ରହିଛି ତାହା ଆଗକୁ ଜଣାପଡିବ ।