(ବାଙ୍କୀ) : ଅଚାନକ ଜଳିଗଲା ବାଇକ୍ ଶୋ’ ରୁମ୍। କିଛି କ୍ଷଣ ଭିତରେ ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ବାଇକ୍। ବାଙ୍କୀ ବଜାର ସ୍ଥିତ ଥିବା ଏକ ଅନ୍ନପୂର୍ଣ୍ଣା ମୋଟର୍ସ ୟାମା ବାଇକ୍ ଶୋ’ରୁମ୍ରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ବାଇକ୍ ସମେତ ସମସ୍ତ କମ୍ପ୍ୟୁଟର ଓ ଆସବାବପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଛି।
ସୂଚନାନୁଯାୟୀ , ଶୋ’ରୁମ୍ରେ ନିଆଁ ଲାଗିଯାଇଥିଲା। ତେବେ ଏହି ଅନ୍ନପୂର୍ଣ୍ଣା ମୋଟର୍ସର ବାଇକ୍ ଶୋ’ରୁମ୍ରେ କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଇଛି। ଖବର ପାଇ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମନ୍ଦିର ଓ ଜନଗଳିପୂର୍ଣ୍ଣ ରାସ୍ତା କଡରେ ଥିବା ଏହି ବାଇକ୍ ଶୋ’ରୁମ୍ରେ କିଭଳି ଅଗ୍ନିକାଣ୍ଡ ଘଟିଲା ତା’ର କାରଣ ଅସ୍ପଷ୍ଟ ରହିଛି।