ସାଲେପୁର : କଟକ ଜିଲ୍ଲା ସାଲେପୁର ବ୍ଲକ୍ ଶିସୁଆ ପଞ୍ଚାୟତ ର ୭ନମ୍ୱର ୱାର୍ଡର ୱାର୍ଡ ମେମ୍ବର ଭାବରେ ଜୟଦେବ ରାଉତ ୧୯୧ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଥିଲେ। ସାଲେପୁର ହାଇସ୍କୁଲ ପରିସରରେ ଭୋଟ ଗଣତି ହୋଇଥିଲା। ଏଜେଣ୍ଟ ଭାବରେ ନିଜେ ଜୟଦେବ ରାଉତ ବସିଥିଲେ।ତାଙ୍କ ସମ୍ମୁଖରେ ଭୋଟ ଗଣତି କରି ତାଙ୍କୁ ବିଜୟୀ ଭାବେ ଗଣତି କରୁଥିବା ଅଧିକାରୀ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରିଥିଲେ। ବଡ଼ ଆଶ୍ଚଯ୍ୟ ର କଥା ଦଶ ଦିନ ପରେ ବ୍ଲକ୍ ଅଫିସ୍ ପ୍ରଶାସନ ପକ୍ଷରୁ ପରାଜୟ ହୋଇଥିବା ପ୍ରାର୍ଥୀଙ୍କୁ ବିଜୟ ଘୋଷଣା କରାଯାଇଛି। ଏହାକୁ ସାଧାରଣ ଲୋକ ଗ୍ରହଣ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ସେଥି ପାଇଁ ଶତାଧିକ ମହିଳା,ପୁରୁଷ ବ୍ଲକ ଅଫିସ ସମ୍ମୁଖରେ ଧାରଣା ରେ ବସିଛନ୍ତି।