(ରିପୋର୍ଟସ ଟୁଡ଼େ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବ୍ୟାଙ୍କକ୍ କୁ ଊଡ଼ିଲା ଏୟାର ଏସିଆ ବିମାନ । ପ୍ରଥମ ଥର ପାଇଁ ଭୁବନେଶ୍ୱର-ବ୍ୟାଙ୍କକ୍ ମଧ୍ୟରେ ଏୟାର ଏସିଆ ବିମାନ ସେବା ଯୋଗାଇଛି । ଏହାକୁ ଉଦଘାଟନ କରିଥିଲେ ପର୍ୟ୍ୟେଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା । ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଚିବ ବିଶାଲ ଦେବ, ଏୟାର ଏସିଆର ଜେନେରାଲ ମ୍ୟାନେଜର ସୁରେଶ ନାୟର ପ୍ରମୁଖ ଉପସ୍ଥିତ ଥିଲେ । ବାଜା ବଜାଇ ଯାତ୍ରୀମାନଙ୍କୁ ସ୍ୱାଗତ କରାଯାଇଥିଲା ।
ରାତି ୧୨ଟା ୨୫ରେ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ବିମାନବନ୍ଦରରୁ ବ୍ୟାଙ୍କକ ଅଭିମୁଖେ ଉଡ଼ାଣ ଭରିଥିଲା ଏୟାର୍ ଏସିଆ ବିମାନ । ପ୍ରଥମ ଦିନରେ ଭୁବନେଶ୍ୱରରୁ ୧୬୫ଜଣ ଯାତ୍ରୀ ବ୍ୟାଙ୍କକ୍ ଯାଇଛନ୍ତି। ସେହିପରି ବ୍ୟାଙ୍କକରୁ ୩୮ଜଣ ଯାତ୍ରୀ ଭୁବନେଶ୍ୱର ଆସିଛନ୍ତି। ସପ୍ତାହକୁ ୩ ଦିନ ଭୁବନେଶ୍ୱର-ବ୍ୟାଙ୍କକ ମଧ୍ୟରେ ବିମାନ ସେବା ଯୋଗାଇବ ଏୟାର ଏସିଆ ।