ସମ୍ବଲପୁର: ସମ୍ବଲପୁର ବୈଦନାଥ ଛକ ନିକଟରେ ଥିବା ଏକ ସୁନା ଦୋକାନରେ କଳାକନା ବୁଲାଇଲେ ଲୁଟେରା । ସହରର ବୈଦ୍ୟନାଥ ଛକ ନିକଟସ୍ତ ମୁନ୍ଦ୍ରା ଜ୍ୱଲର୍ସକୁ ଗ୍ରାହକ ବେଶରେ ଆସି ଲୁଟେରା ପାଖାପାଖି ୩୦୦ ଗ୍ରାମ ସୁନାଗହଣା ଥିବା ବାକ୍ସ ଲୁଟ କରିନେଇଥିବା ସମ୍ବଲପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଦୁଇ ଜଣ ଅଜଣା ବ୍ୟକ୍ତି ଏକ ସ୍କୁଟିରେ ଆସି ଦିନରେ ସୁନା ଗହଣା ଦୋକାନରେ ପହଞ୍ଚିଥିଲେ ।
ଦୋକାନରୁ ସୁନା କିଣିବା ବାହାନାରେ ଆସି ୩୦୦ ଗ୍ରାମ ସୁନା ଥିବା ଏକ ଗହଣା ବାକ୍ସକୁ ସାଥିରେ ଧରି ଫେରାର ହୋଇଯାଇଥିଲା । ପରେ ସୁନା ଦୋକାନୀ ଜଣକ ଜାଣିବା ପରେ ସମ୍ବଲପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଗହଣା ଲୁଟ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଲୁଟ୍ ହୋଇଥିବା ସୁନା ଗହଣାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି ।