ରାଜ୍ୟରେ ସରିଲା ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: ରାଜ୍ୟରେ ସରିଲା ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୨୭ ଜିଲ୍ଲାର ୬୪ ବ୍ଲକରେ ୧୬୩ ଜିଲ୍ଲା ପରିଷଦ ଜୋନରେ ସରିଛି ଭୋଟ୍ ଗ୍ରହଣ । ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ । ଚତୁର୍ଥ ପର୍ୟ୍ୟାୟ ନିର୍ବାଚନରେ କୌଣସି ସ୍ଥାନରେ ହିଂସା ଦେଖା ଦେଇନଥିବା ବେଳେ ୨ଟି ସ୍ଥାନରେ ବାଲାଟ ପେପରରେ ତ୍ରୁଟି କାରଣରୁ ନିର୍ବାଚନ ସ୍ଥଗିତ ରହିଛି । କେନ୍ଦ୍ରାପଡ଼ାରେ ଗୋଟିଏ ସ୍ଥାନରେ ସରପଞ୍ଚ ଓ ଯାଜପୁରରେ ଓ୍ବାର୍ଡ ମେମ୍ବର ଭୋଟ ସ୍ଥଗିତ ରଖାଯାଇଛି।