କାର ଓ ବାଇକ ମୁହାଁ ମୁହିଁ ଧକ୍କା

ଚାନ୍ଦବାଲି : କାର ଓ ବାଇକ ମୁହାଁ ମୁହିଁ ଧକ୍କା । ଏ ଅଭାବନୀୟ ଘଟଣା ଘଟିଛି ଚାନ୍ଦବାଲି ଭଦ୍ରକ ଅର୍ନ୍ତଗତ ଚନ୍ଦନପୁର ମୁଖ୍ୟ ରାସ୍ତାରେ । ଦୁର୍ଘଟଣା ଘଟିବା ଫଳରେ ବାଇକ ଆରୋହୀ ଜଣକ କାରରେ ପିଟିହୋଇ ତଳକୁ ଖସି ପଡ଼ିଥିଲେ । ଏବଂ କାର ଚାଳକ ସେଠୁ ଖସି ଯାଇଥିଲା ।ଏ ଘଟଣା ଦେଖି ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଂଚି ବାଇକ ଆରେହୀଙ୍କୁ ଉଦ୍ଧାର କରିବା ସହ ଚାନ୍ଦବାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ମଧ୍ୟ ଦେଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବାଇକ ଆରୋହୀ ଜଣକ ହେଉଛନ୍ତି ଭଦ୍ରକ ଆହାରପଦା ଗୋପାଳପୁର ଗ୍ରାମର ସତ୍ୟବ୍ରତ ଜେନା ବୋଲି ଜଣା ପଡ଼ିଛି । କାର ଚାଳକକୁ ଯଥା ଶିଘ୍ର ଧରିବା ନିମନ୍ତେ କାର୍ଯ୍ୟନୁଷ୍ଠାନ କରିବ ବୋଲି ସୂଚନା ଦେଇଛି ଅରୋହୀଙ୍କ ପରିବାଲୋକଙ୍କୁ ଥାନା ଅଧିକାରୀ ।