ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଅଣ୍ଟା ଭିଡିଲା ରାୟଗଡା ବିକାଶ ମଞ୍ଚ

ରାୟଗଡା/ ମନୋଜ ସାହୁ: ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଓଡ଼ିଆ ଭାଷାର ପ୍ରସାର ଓ ପ୍ରଚାର ପାଇଁ ପଦକ୍ଷେପ ନେଇଛି ରାୟଗଡା ଜିଲ୍ଲା ବିକାଶ ମଞ୍ଚ । ଆଜି ରାୟଗଡା ସଦର ମହକୁମାଠାରୁ ୨୫ କିଲୋମିଟର ଦୁରରେ ଥିବା ଆନ୍ଧ୍ର ଓଡିଶା ସୀମାନ୍ତ କେରେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏମ୍ଫଲବାଲାସା ଗ୍ରାମରେ ପହଞ୍ଚି ସେଠାର ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ପ୍ରାୟ ୩୦ଜଣ ଛାତ୍ରଛାତ୍ରୀମାନଙ୍କୁ ମଧୁ ବର୍ଣ୍ଣବୋଧ ପୁସ୍ତିକା, ଲିଖନୀ ପୁସ୍ତିକା ପରି ଶିକ୍ଷା ଉପକରଣ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।
ଏଠାରୁ ମାତ୍ର ଏକ କିଲୋମିଟର ଦୂରରେ ଆନ୍ଧ୍ରପ୍ରଦେଶ ସୀମା । ଏଠାକାର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ତେଲୁଗୁରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା । ଏହି ସବୁକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲା ବିକାଶ ମଞ୍ଚ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ନିଜର ପ୍ରୟାସ ଜାରୀ ରଖିଥିବା ସଭାପତି ଦୟାନନ୍ଦ ଖାଡଙ୍ଗା ପ୍ରକାଶ କରିଛନ୍ତି ।