କୋରାପୁଟ: ହାତୀ ଖାଦ୍ୟ ବୋଝେଇ ଟ୍ରକରୁ ଜବତ ହେଲା ବିପୁଳ ପରିମାଣର ନିଶାଦ୍ରବ୍ୟ । ଗାଡିରେ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ କରିଛି ଅବକାରୀ ବିଭାଗ । କୋରାପୁଟ ସଦର ମଣ୍ଢାଗୁଡା ଛକ ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ଜଣକୁ ଗିରଫ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଛି । ଗିରଫ ଡ୍ରାଇଭରଙ୍କଠାରୁ ଅଧିକ ତଥ୍ୟ ପାଇଁ ତଦନ୍ତ ଚାଲିଛି । ଏ ନେଇ ଅବକାରୀ ଇନ୍ସପେକ୍ଟର ପ୍ରମୋଦ କୁମାର ବାଣୁଆ ସୂଚନା ଦେଇଛନ୍ତି ।