ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ 

ପୁରୀ(ଜୟନ୍ତ କୁମାର ସେଠୀ): ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳିତ ହେବ ମକର ସଂକ୍ରାନ୍ତି ନୀତି । ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତି ପୂର୍ବ ଦିନ ଅର୍ଥାତ ଆଜି ମହାପ୍ରଭୁଙ୍କୁ ନବାଙ୍କ ବେଶରେ ସଜ୍ଜିତ କରାଯିବା ସହ ନବାଙ୍କ ବେଢା ନୀତି ଅନୁଷ୍ଠିତ ହେବ । ପୁଷ୍ପ ଅଳଙ୍କାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଭୂଷଣ କରାଯିବ । ଏହା ସହ ଚାଉଳ ମେଲାଣ ଓ ଫୁଲ ମେଲାଣ ଉତ୍ସବ ଅନୁଷ୍ଠିତ ହେବ । ଏବେ ପ୍ରତିଦିନ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁ ଦେବତାଙ୍କ ଘୋଡଲାଗି ବେଶ ଅନୁଷ୍ଠିତ ହେଉଛି । ମାଳିମାନେ ବାଘମୁହାଁ ବାନ୍ଧି ପଟୁଆରରେ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ । ଏହାସହ ଆଜି ଶ୍ରୀମନ୍ଦିରରେ ନବାଙ୍କ ବେଢା ଅନୁଷ୍ଠିତ ହେବ । ଗତ ସଂକ୍ରାନ୍ତିଠାରୁ ମହାଲକ୍ଷ୍ମୀ ନିଜ ବାପଘରକୁ ଯାଇଥିବା ବେଳେ ଆସନ୍ତାକାଲି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିବାର ପରମ୍ପରା ରହିଛି ।