ବ୍ୟାଙ୍କରୁ ବଡ ଧରଣର ଲୁଟ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମ୍ୟ ବ୍ୟାଙ୍କରେ ଘଟିଛି ଅଭାବନୀୟ ଘଟଣା । ରାସୋଳ ଥାନାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏହି ବ୍ୟାଙ୍କରେ ପଡିଛି ଲୁଟେରାଙ୍କ ରେଡ । କୋଟିଏରୁ ଅଧିକ ଟଙ୍କାର ଗହଣା ଏବଂ ଲକ୍ଷାଧିକ ଟଙ୍କା ଲୁଯି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ ।
ରାସୋଳ ଗ୍ରାମ୍ୟ ବ୍ୟାଙ୍କରେ ୪ ଜଣ ଦୁର୍ବୃତ୍ତ ପଶି ଉତ୍ପାତ ମଚାଇଛନ୍ତି । ମୁଖା ପିନ୍ଧି ବ୍ୟାଙ୍କ କର୍ମଚାରୀଙ୍କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିଥିଲେ । ୭ ରୁ ୮ ଲକ୍ଷ ନଗଦ ଟଙ୍କା ସହିତ କୋଟିଏରୁ ଅଧିକ ଟଙ୍କାର ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟେରାଙ୍କ ଆକ୍ରମଣରେ ବ୍ୟାଙ୍କର କ୍ୟାସିୟର ଏବଂ ଫିଲ୍ଡ ଅଫିସର ଆହତ ହୋଇଛନ୍ତି । ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।