ବାଚସ୍ପତି ନେଲେ ବୁଷ୍ଟର ଡୋଜ

ଭୁବନେଶ୍ୱର: ସାରା ଦେଶରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜର ଟୀକାକରଣ । କରୋନାର ଉଭୟ ଟୀକା ନେଇ ସାରିଥିବା ବ୍ୟକ୍ତିମାନେ ହିଁ ଏହି ଟୀକା ଗ୍ରହଣ କରିବା ପାଇଁ ଯୋଗ୍ୟ ହେବେ । କରୋନା ମହାମାରୀ ବିପକ୍ଷରେ ଆଉ ଏକ ବିଶାଳ ଯୁଦ୍ଧର ଆରମ୍ଭ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଟୀକାକରଣର ପ୍ରଥମ ଦିନରେ ବାଚସ୍ପତି ଶ୍ରୀ ପାତ୍ର କରୋନାର ବୁଷ୍ଟର ଡୋଜ ନେଇଛନ୍ତି । ବ୍ୟକ୍ତିମାନେ ଦ୍ୱିତୀୟ ଟୀକାଗ୍ରହଣର ୯ ମାସ ପରେ ବୁଷ୍ଟର ଡୋଜ ନେଇ ପାରିବେ । ବିଧାନସଭାରେ ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ୭୦ପ୍ରତିଶତ ବିଧାୟକ ଅଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ବିଧାୟକମାନେ ବିଭିନ୍ନ ଅଞ୍ଚଳ ବୁଲିବେ । ବୁଷ୍ଟର ଡୋଜ ସେମାନଙ୍କୁ ଅଧିକ ସୁରକ୍ଷା ଯୋଗାଇବ ।