ପୁରୀ(ଜୟନ୍ତ କୁମାର ସେଠୀ): ଦେଶରେ ଆତଙ୍କ ଖେଳାଇଛି କୋଭିଡୁ ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ । ଏଣୁ ଏଥିରୁ ବର୍ତ୍ତିବା ପାଇଁ ହେଲେ ଆମକୁ ସବୁବେଳେ ମାସ୍କ ପନ୍ଧିବା ସହିତ କରୋନାର ଅନ୍ୟ କଟକଣାକୁ ମାନିବାକୁ ପଡିବ। ତେବେ କରୋନା ବିପକ୍ଷରେ ଏହି ସଚେତନତା ବାର୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ନିଆରା ଉପାୟ ଚିନ୍ତା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସେ ଦେଶବାସୀଙ୍କୁ ଦେଇଛନ୍ତି ସତର୍କ ବାର୍ତ୍ତା ।