ପର୍ଯ୍ୟଟକଙ୍କୁ ପୂଜକଙ୍କ ଦୁର୍ବ୍ୟବହାର

ନୀଳଗିରି: ମନ୍ଦିରରେ ମହିଳାଙ୍କୁ ହେଉଛି ଦୁର୍ବ୍ୟବହାର । ବାଲେଶ୍ୱର ନୀଳଗିରି ଅଞ୍ଚଳରୁ ଏମିତି ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଏହି ଅଭିଯୋଗ ଆଉ କାହା ନାଁରେ ନୁହେଁ ବରଂ ମନ୍ଦିରର ପୂଜକଙ୍କ ନାଁରେ ଆସିଛି । ଆଉ ପୂଜକଙ୍କ ଏମଳି ଆଚରଣର ଶିକାର ହୋଇଛନ୍ତି ଜଣେ ବଙ୍ଗୀୟ ପର୍ଯ୍ୟଟକ ମହିଳା ।
ସୂଚନା ଅନୁଯାୟୀ, କିଛି ବଙ୍ଗୀୟ ପର୍ଯ୍ୟଟକ ନୀଳଗିରିର ରାଜବାଟି, ଜଗନ୍ନାଥ ମନ୍ଦିର ଏବଂ ରଘୁନାଥ ଜୀଉ ମଠ ବୁଲିଥିଲେ । ତେବେ ରଘୁନାଥ ଜୀଉ ମନ୍ଦିରରେ ବୁଲିବା ସମୟରେ ମହିଳା ପର୍ଯ୍ୟଟକଙ୍କ ବିରୁଦ୍ଧରେ ଆସିଛି ଏହି ସଙ୍ଗୀନ ଅଭିଯୋଗ । ଜଗନ୍ନାଥ ମନ୍ଦିରରେ ଫଟୋ ଉଠାଇବାକୁ ବାରଣ ଥିବା ବେଳେ ମହିଳା ଜଣକ ଫଟୋ ଉଠାଇଥିଲେ । ଏହା ଦେଖି ମନ୍ଦିରର ପୂଜକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ କ୍ୟାମେରା ଛଡାଇ ନେଇଥିଲେ । ଏପରିକି ମହିଳାଙ୍କୁ ଫାଇନ ବାବଦରେ ୨୦୦ ଟଙ୍କା ଦାବି କରିଥିଲେ ପୂଜକ ।
ଯୁବତୀ ଜଣଙ୍କ କହିଲେ ଯେ ଯଦି ଫାଇନ୍ ଦେବି , ତେବେ ଅଫିସରେ ହିଁ ଦେବି । ଏପରି କହିବାରୁ ତାଙ୍କ ମୋବାଇଲ ଫେରାଇ ଦେଇଥିଲେ। ପରେ ୨୦ ଟଙ୍କା ଭେଟି ଦେବାରୁ ୧୦୦ ଟଙ୍କା ଦିଅ ବୋଲି ପୂଜକ କହିଥିଲେ। ମହିଳା ପର୍ୟ୍ୟଟକ ଜଣକ ଖୁସିରେ ଯାହା ଦେବି ବୋଲି କହିଥିଲେ । ସେପଟେ ଘଟଣାକୁ ନେଇ ଠାକୁର ମାହାଲ ନିର୍ଵାହି ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ତାଙ୍କୁ କୌଣସି ଅଭିଯୋଗ ମିଳିନାହିଁ । ଯଦି କେହି ଅଭିଯୋଗ କରନ୍ତି ।ତେବେ କାର୍ୟ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।