ATM ଲୁଟ ଉଦ୍ୟମ ଫେଲ

ପୁରୀ(ଜୟନ୍ତ କୁମାର ସେଠୀ): ଡେଲାଙ୍ଗ ଇନ୍ଦିପୁର ଷ୍ଟେଟ ବ୍ୟାଙ୍କ ଶାଖାରୁ ଲୁଟ ଉଦ୍ୟମ ବେଳେ ଫେଲ ମାରିଲେ ଲୁଟେରା । ଗତକାଲି ବିଳମ୍ଵିତ ରାତିରେ ବ୍ୟାଙ୍କ ଏଟିଏମ ସହିତ ବ୍ୟାଙ୍କ ଲକର ତାଡି ଲୁଟ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ । କିନ୍ତୁ ସ୍ଥାନୀୟ ହୋମଗାର୍ଡ ବିବେକାନନ୍ଦ ସେନାପତି ନାଇଟ ପେଟ୍ରୋଲିଂ କରୁଥିବା ସମୟରେ ତାଙ୍କ ନଜରରେ ଆସିଥିଲା ଏହି ଘଟଣା । ହୋମଗାର୍ଡଙ୍କୁ ଦେଖି ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ସ୍କୁଟିକୁ ଛାଡି ଫେରାର ହୋଇଯାଇଛନ୍ତି । ତେବେ ପାଖରେ ଲାଗିଥିବା ସିସିଟିଭିରେ ଦୁଇ ଲୁଟେରା ଧରା ପଡିଛନ୍ତି । ଗତ ୭ ଦିନ ଧରି ସତ୍ୟବାଦୀ ଓ ଡେଲାଙ୍ଗ ଅଞ୍ଚଳରୁ ଦୈନନ୍ଦିନ ଚୋରି ହେଉଥିବା ବେଳେ ବ୍ୟାଙ୍କରେ ଲୁଟ ଉଦ୍ୟମ କରି ପୁଣି ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଦୁର୍ବୃତ୍ତ । ସେପଟେ ଇନ୍ଦିପୁର ଏଟିଏମ ଓ ଲକର ତାଡି ଲୁଟ କରିଥିବା ବେଳେ ଦୁର୍ବତ୍ତମାନେ ଏଥିରୁ ଟଙ୍କା ନେଇଛନ୍ତି କି ନାହିଁ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।