ମହାପ୍ରଭୁଙ୍କ ଉଦେଶ୍ୟରେ ଭକ୍ତଙ୍କ ଦାନ

ପୁରୀ(ଜୟନ୍ତ କୁମାର ସେଠୀ): ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ସୁବ୍ରତ ରଥ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏବଂ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କୁ ଭେଟି ମହାପ୍ରଭୁଙ୍କ ଉଦେଶ୍ୟରେ ୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏଥିସହ ମହାପ୍ରଭୁଙ୍କ ନିତ୍ୟ ବ୍ୟବହାର ନିମନ୍ତେ ମୋଟ ୭ କେଜି ୬୬୨ ମିଲି ଗ୍ରାମ ଓଜନର ୩ ଗୋଟି ରୁପା ଗରା, ୩ଟି ରୁପା ଥାଳି, ୬ଟି ପଞ୍ଚୁ ଓ ପାତ୍ରୀ ଏବଂ ୩ଟି ଛୋଟ ହାତ ଘଣ୍ଟି ପ୍ରଦାନ କରିଛନ୍ତି । ଏହି ଅବସରରେ ଅନ୍ୟାନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଜଗନ୍ନାଥ ପ୍ରେମୀ ହିସାବରେ ସୁବ୍ରତ ରଥଙ୍କୁ ଶ୍ରୀମନ୍ଦିର ନୀତି ପ୍ରଶାସକ ଏବଂ ଉନୟନ ପ୍ରଶାସକ ଲାଗି ଖଣ୍ଡୁଆ ପ୍ରଦାନ କରି ସମ୍ମାନିତ କରିଥିଲେ ।