ଶ୍ରୀମନ୍ଦିରକୁ ପାଣ୍ଠିକୁ ୧୦ ଲକ୍ଷ ଦାନ

ପୁରୀ(ଜୟନ୍ତ କୁମାର ସେଠୀ): ଶ୍ରୀମନ୍ଦିର ସ୍ଥାୟୀ ଜମା ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି ଜଣେ ଭକ୍ତ । ଭୁବନେଶ୍ୱରର ଡା ସୌମେନ୍ଦ୍ର ମହାନ୍ତି ଶ୍ରୀମନ୍ଦିରକୁ ଏହି ଅର୍ଥ ଦାନ କରିଛନ୍ତି । ସୂଚନା ଅନୁଯାୟୀ, ଶ୍ରୀମନ୍ଦିର କର୍ପସ ଫଣ୍ଡରେ ୨୦୨୧ ମାର୍ଚ୍ଚ ସୁଦ୍ଧା ୩୧୮.୧୭ କୋଟି ଟଙ୍କା ଜମା ରହିଛି । ଚଳିତ ବର୍ଷ ଆଉ ୬୦ କୋଟି ଟଙ୍କା ଜମା କରାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି । ତେବେ ଏହି ଟଙ୍କାର ସୁଧ ଅର୍ଥକୁ ଶ୍ରୀମନ୍ଦିରର ବିଭିନ୍ନ ଖର୍ଚ୍ଚରେ ବିନିଯୋଗ କରାଯାଇଥାଏ । କର୍ପସ ଫଣ୍ଡ ସମେତ ୩ ଟି ସ୍ଥାୟୀ ଜମା ଖାତାରେ ଅନ୍ୟୁନ ୭ ଶହ କୋଟି ଟଙ୍କା ଜମା ରହିଛି । ଏହି ଜମା ପରିମାଣକୁ ଏକ ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି ।