ପୁରୀ(ଜୟନ୍ତ କୁମାର ସେଠୀ): କ୍ରିସମାସ ଡେ ବା ବଡଦିନ ଅବସରରେ ସାରା ବିଶ୍ୱବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ଅବସରରେ ପୁରୀ ବଳାଭୂମିରେ ସାନ୍ତା କ୍ଲଜର ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି ସୁଦର୍ଶନ । ଏହା ହେଉଛି ବଶ୍ୱର ସବୁଠୁ ବଡ ସାଣ୍ଟା କ୍ଲଜ । ଏହି ଚିତ୍ରକଳାର ଲମ୍ବ ୫୦ ଫୁଟ ହୋଇଥିବା ବେଳେ ଏହାର ଓସାର ରହିଛି ୨୮ ଫୁଟ । ଏଥି ସହିତ ବିଶାଳ ସାଣ୍ଟା କ୍ଲଜରେ ୫ ହଜାର ଗୋଲାପ ବ୍ୟବହାର କରାଯାଇଛି । ଏଭଳି ଏକ ବାଲୁକା କଳା ନିର୍ମାଣ କରିବା ପାଇଁ ୮ ଘଣ୍ଟା ସମୟ ଲାଗିଥିବା କହିଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ତେବେ ଏହି ଚିତ୍ରକଳା ମାଧ୍ୟମରେ ବିଶ୍ୱବାସୀଙ୍କୁ କୋରୋନା ଗାଇଡଲାଇନ ମାନି ସତର୍କ ରହିବାକୁ ସୁଦର୍ଶନ ବାର୍ତ୍ତା ଦେଇଛନ୍ତି ।