ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଅଧିକ କ୍ରିୟାଶୀଳ ପାଇଁ ବିଡ଼ିଓଙ୍କ ସମୀକ୍ଷା

ଗଞ୍ଜାମ/ ହରପ୍ରସାଦ ବିଶୋୟୀ: ଓଏସ ପରୀକ୍ଷାରେ ୨୦୧୮ ମସିହା ରେ କୃତକାର୍ୟ୍ୟ ହେଲାପରେ ପ୍ରଥମ ଚାକିରୀ ଜୀବନ ଆରମ୍ବ କଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ର ବିଡ଼ିଓ ଭାବରେ । ଯୋଗଦେବା ଦିନଠାରୁ ନିଜର କାମ କରିବାର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚା ରେ ରହିଆସିଛନ୍ତି ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ । ସରକାରଙ୍କ ନାରା ମା ଙ୍କୁ ସମ୍ମାନ ଆଉ ଗାଁ କୁ କାମ ଉକ୍ତି କୁ ସଠିକ ପରିଚାଳିତ କରୁଛନ୍ତି ବେଗୁନିଆପଡା ବିଡ଼ିଓ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ସେମାନଙ୍କୁ ନେଇ ଏହାକୁ କାର୍ୟ୍ୟକାରୀ କରିବାରେ ଲାଗିପଡିଛନ୍ତି ସେ । ଆପଣ ଦେଖିଥିବେ ବିଗତ ଦିନରେ ବିଏସକେୱାଇ କାର୍ଡ ବଣ୍ଟନ ସମୟରେ ନିଜେ କାଦୁଅ ରାସ୍ତାରେ ଯାଇ ଅସହାୟ ଏବଂ ଭିନ୍ନକ୍ଷମ ଲୋକଙ୍କ ପାଖରେ ପଂହଁଚାଇଥିଲେ କାର୍ଡ ଏହାକୁ ନେଇ ବେଶ ଚର୍ଚ୍ଚା ରେ ଥିଲେ ସେ ଏହି କ୍ରମରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ, ଶାଙ୍କୁଡା,ବରିଡା ପଞ୍ଚାୟତ ଗସ୍ତ କରି ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ଭେଟି ସେମାନଙ୍କ ଦ୍ୱାରା କାର୍ୟ୍ୟକାରି ହେଉଥିବା ମୋ ଉପକାରୀ ବଗିଚା,ପେପେର ପ୍ଲେଟ ୟୁନିଟ ଏବଂ ପୋଖରୀ ବୁଲି ଦେଖିବା ସହ ଏଥିରେ କେମିତି ଅଧିକରୁ ଅଧିକ ମହିଳା ନିଯୁକ୍ତି ହୋଇ ରୋଜଗାରକ୍ଷମ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ ସମୀକ୍ଷା କରିଛନ୍ତି ବିଡ଼ିଓ ।