ଭୁବନେଶ୍ୱର: ୨୦୨୧ରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାର ୭ କର୍ତ୍ତବ୍ୟରତ ପୁଲିସ କର୍ମଚାରୀ ହରାଇଛନ୍ତି ଜୀବନ । କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ୫ ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଥିବା ବେଳେ କୋଭିଡ-୧୯ ସଂକ୍ରମଣରେ ଜଣେ ଓ ଗୁରୁତର ଅବସ୍ଥାରେ ଜଣେ ପ୍ରାଣ ହରାଇଛନ୍ତି । ଫେବୃଆରୀ ୮ ତାରିଖରେ କନେଷ୍ଟବଳ ସତ୍ୟବାଦୀ ନାୟକ ବଡଚଣାଠାରେ ଜାତୀୟ ରାଜପଥରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ । ଗତ ଜୁନ ୫ ତାରିଖରେ କନେଷ୍ଟବଳ ଗୌରାଙ୍ଗ ପୃଷ୍ଟି ନିଜର ଟ୍ରାଫିକ ଡ୍ୟୁଟି ସାରି ଫେରିବା ବେଳେ ଦୁର୍ଘଟଣ।।ରେ ମୃତ୍ୟୁବରଣ କରିଥିଲେ । ସେହିପରି ସେପ୍ଟେମ୍ବର ୨ରେ କନେଷ୍ଟବଳ ହରେକୃଷ୍ଣ ଶତପଥି ଓ ସେହି ମାସ ୧୩ରେ କନେଷ୍ଟବଳ ଗାଲମାଧବ ନାୟକ ସଦର ଥାନା ପାଖ କମ୍ଫକୁଦ ନିକଟରେ ଜାତୀୟ ରାଜପଥରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।
ଗତ ନଭେମ୍ବର ୧୬ ତାରିଖରେ ପାହାଳ ଫାଣ୍ଡିରେ କର୍ତ୍ତବ୍ୟରତ ଏଏସଆଇ ସଞ୍ଜୁକ୍ତା ସାହୁ କଟକ ଗୋପାଳପୁର ନିକଟରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏବର୍ଷ କୋଭିଡ-୧୯ରେ ଜୁଲାଇ ସାଥରେ କନେଷ୍ଟବଳ ଧୋବେଇ ବେହେରା ପ୍ରାଣ ହରାଇଥିବା ବେଳେ ଗୁରୁତର ଅସୁସ୍ଥତା କାରଣରୁ ଗତ ଅକ୍ଟୋବର୨୨ରେ ହାବିଲଦାର ସୁରେନ୍ଦ୍ର ବେହେରା ପ୍ରାଣ ହରାଇଛନ୍ତି । ଏହି ପୁଲିସ କର୍ମଚାରୀଙ୍କ ଅକାଳ ବିୟୋଗରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।