ରାଇରଙ୍ଗପୁର: କୁଡୁମୀ ସମ୍ପ୍ରଦାୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି। ମୟୁରଭଞ୍ଜର କୁଡୁମୀ ସମ୍ପ୍ରଦାୟର ଲୋକଙ୍କ ପାଇଁ କୁଡୁମୀ ସାମାଜିକ, ଶିକ୍ଷା ଓ ସାଂସ୍କୃତିକ ଭବନ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ରାଇରଙ୍ଗପୁରଠାରେ କୁଡୁମୀ ସାମାଜିକ, ଶିକ୍ଷା ଓ ସାଂସ୍କୃତିକ ଭବନର ଶିଳାନ୍ୟାସ ପାଇଁ ଆୟୋଜିତ ଭୂମି ପୂଜନ ଉତ୍ସବରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗଦେଇଛନ୍ତି । ଏହି ଅବସରରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ସହିତ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତି ଥିବା ଦେଖିବାକୁ ମିଳିଛି ।
କିଛି ଦିନ ପୂର୍ବରୁ ନବୀନ ପଟ୍ଟନାୟକ ମୟୁରଭଞ୍ଜର କୁଡୁମୀ ଲୋକଙ୍କୁ ଡାକି ସେମାନଙ୍କର ସାମାଜିକ ଶିକ୍ଷା ଓ ସଂସ୍କୃତି ସମ୍ପର୍କରେ ଆଲୋଚନା କରିବା ପରେ ଏକ କୁଡୁମୀ ଭବନ ପାଇଁ ନିଷ୍ପତ୍ତି ନେଇଥିଲେ । ଆଲୋଚନାର ଏକ ମାସ ଭିତରେ ଏକ କୋଟି ଟଙ୍କାର କୁଡୁମୀ ଭବନ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି କୁଡୁମୀ ଲୋକେ ।