ଜଳେଶ୍ୱର/ ଅଜିତ ସାହୁ: ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡସ୍ତରୀୟ ନୀଳଗିରି ଏନ୍, ଏସି କଲ୍ୟାଣ ମଣ୍ଡପରେ ଓଡ଼ିଶା ୱେବ୍ ଏବଂ ଡିଜିଟାଲ ମିଡ଼ିଆର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ୟ୍ୟକ୍ରମକୁ ବିଇ ନିଉଜ୍ର ପ୍ରତିଷ୍ଠାତା ସମ୍ପାଦକ ଲୋକନାଥ ଦଳେଇ ସଭାପତିତ୍ବ କରିଥିବା ବେଳେ, ଅତିଥି ଭାବେ, ସଂଘର ରାଜ୍ୟ ସଭାପତି ଅମୂଲ୍ୟ କୁମାର ଜେନା, ନୀଳଗିରିର ବିଜେଡି ନଗର ସଭାପତି ରବୀନ୍ଦ୍ର ନାଥ ପରିଡ଼ା, ଯୁବସମାଜସେବୀ ସବ୍ୟସାଚୀ ମହାପାତ୍ର, କଟକ ଜିଲ୍ଲା ସଭାପତି ଅମୂଲ୍ୟ ବାରିକ, ରାଜ୍ୟ ଉପସଭାପତି ରାଜେଶ ଧଳ ସାମନ୍ତ ଯୋଗଦେଇ ଥିବାବେଳେ ଅଧ୍ୟାପକ ପ୍ରଦୀପ ମିଶ୍ର ମଞ୍ଚ ପରିଚାଳନା କିରିଥିଲେ। ଯେକୌଣସି ଛୋଟବଡ଼ ଖବରକୁ ଖୁଵ କମ ସମୟରେ ଲୋକଙ୍କ ନିକଟରେ ପହଂଚାଇ ରାଜ୍ୟ, ଦେଶ ତଥା ସାରା ବିଶ୍ୱରେ, ୱେବ ଏବଂ ଡିଜିଟାଲ ମିଡ଼ିଆ ଲୋକଙ୍କର ବିଶ୍ୱାସ ଭାଜନ ହେବା ସହିତ,ବେସ ଆଦୃତ ହୋଇ ପାରିଛି । ମାତ୍ର ଡ଼ିଜିଟାଲ ମିଡିଆ କିମ୍ୱା ୱେବ ମିଡିଆ ଓ ଏଥିରେ କାର୍ୟ୍ୟ କରୁଥିବା ସାମ୍ବାଦିକ ଙ୍କୁ ସରକାରୀ ଓ ପ୍ରଶାସନିକ ସ୍ତରରେ ସହଯୋଗ ମିଳୁ ନାହିଁ , ବରଂ ପ୍ରତକ୍ଷ ,ପରୋକ୍ଷ ଭାବେ କଣ୍ଠ ରୋଧ କରିବାକୁ ଉଦ୍ୟମ ହେଉଛି। ତେଣୁ ୱେବମିଡ଼ିଆ ଓ ଡିଜିଟାଲ ମିଡିଆ ସଂସ୍ଥା ଓ ଏଥିରେ କାର୍ୟ୍ୟରତ ସାମ୍ୱାଦିକ ମାନେ ଏକ ପ୍ରକାର ଅସୁରକ୍ଷିତ, ସୁରକ୍ଷା ପାଇଂ ସେମାନଙ୍କୁ ଏକ ହେବାର ଆଵଶ୍ୟକତା ରହିଛି। ଅର୍ଥାତ ସଂଘ ମାଧ୍ୟମରେ ସଙ୍ଗଠିଟି ହେବାକୁ ମଂଚାଷୀନ ଅତିଥି ମାନେ ଆହ୍ୱାନ ଦେଇ, ସଂଘର
ଆବଶ୍ୟତା,ଉପାଦେୟତା ବିଷୟରେ ଆଲୋକ ପାତ କିରିଥିଲେ। ଏହି ଅଵସରରେ ସର୍ବସମ୍ମତି କ୍ରମେ ଜିଲ୍ଲା ସଭାପତି ଭାବେ ଲୋକନାଥ ଦଳେଇ ଙ୍କୁ ମନୋନୀତ କରାଯିବା ସହିତ, ଜିଲ୍ଲା କମିଟି ଚୟନ ହୋଇଯାଇଛି।