ପୁରୀ(ଜୟନ୍ତ କୁମାର ସେଠୀ): ଆର୍ନ୍ତଜାତିକ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବେ ପୁରୀ ଜିଲ୍ଲା ପିପିଲି ଟାଇକୋଣ୍ଡୋର ୧୧ଜଣ ପ୍ରତିଯୋଗୀ । କୋଭିଡ କଟକଣା ପାଇଁ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ପ୍ରତିଯୋଗିତାରେ ପ୍ରାୟ ୧୫ ଟି ଦେଶର ପ୍ରତିଯୋଗୀମାନେ ଭାଗ ନେବେ । ଥାଇଲାଣ୍ଡରେ ଆୟୋଜିତ ଏହି ପ୍ରତିଯୋଗୀତା ଡିସେମ୍ବର ୨୨ରୁ ୨୭ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ତେବେ ପ୍ରଥମ ଥର ଭାବରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ପିପିଲି ଟିମ ଟାଇକୋଣ୍ଡୋ ପ୍ରତିଯୋଗୀ ମାନେ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ପ୍ରଥମ ଥର ପାଇଁ ମନୋନୀତ ହୋଇଥିବାରୁ ଆଗ୍ରହ ପ୍ରକାଶ କରିଛନ୍ତି ଖେଳାଳି ।