ଚିତ୍ତ ହତ୍ୟା ମାମଲାରେ ନୂଆ ମୋଡ

ଭୁବନେଶ୍ୱର: ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହାୟକ ଚିତ୍ତରଞ୍ଜନ ହତ୍ୟା ମାମଲାରେ ନୂଆ ମୋଡ । ଚିତ୍ତଙ୍କ ହତ୍ୟା ପଛରେ ଜଣେ ମହିଳା ଥିବା କଥା ସାମ୍ନାକୁ ଆସିଛି । ଉକ୍ତ ମହିଳା ଓ ତାଙ୍କ ମ।।’ଙ୍କୁ ଜେରା କରିବାର ସମ୍ଭାବନା ଦେଖା ଦେଇଛି । ଉକ୍ତ ମହିଳା ଜଗନ୍ନାଥ ଷଡଙ୍ଗୀଙ୍କ ସମ୍ପର୍କୀୟ ହୋଇଥିବା ଜଣାପଡିଛି ।
ତେବେ ଏହି ଘଟଣାରେ ସଞ୍ଜୟଙ୍କ ପିଏସଓ ସର୍ବେଶ୍ୱର ଜେନା ଓ ଚିତ୍ତଙ୍କ ପୁତୁରା ଦିଲ୍ଲୀପ ପଲେଇଙ୍କୁ କ୍ରାଇମବ୍ରାଞ୍ଚ ଜେରା କରୁଛି । ଭୋଜିରେ ସାମିଲ ଥିବା ଆଉ ୩ ଜଣଙ୍କୁ ମଧ୍ୟ ଜେରା କରାଯିବା ସୂଚନା ମିଳିଛି । ସେମାନେ ହେଲେ ଉମାକ।।ନ୍ତ ପାଇକରାୟ, ସୂର୍ଯ୍ୟପ୍ରସାଦ ମିଶ୍ର ଓ ଜଗନ୍ନାଥ ଷଡଙ୍ଗୀ ।
ଅନ୍ୟପଟେ ଚିତ୍ତଙ୍କ ଭିସେରା ଓ ବ୍ୟବଚ୍ଛେଦ ରିପୋର୍ଟ ଆଜି ଆସିବା ସମ୍ଭାବନା ରାହିଛି । ରିପୋର୍ଟ ଆସିବା ପରେ ହତ୍ୟା ଏହା ହତ୍ୟା ନା ଆତ୍ମହତ୍ୟା, ହତ୍ୟା ହୋଇଥିଲେ କିପରି ହତ୍ୟା ହୋଇଛି ତାହା ଜଣାପଡିବ ।