କଟକ/ଜଗନ୍ନାଥ ମହାନ୍ତି: ଦୁଇ ଦିନିଆ ବ୍ୟାଙ୍କ ବନ୍ଦ । ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ପାଇଁ ବନ୍ଦ ରହିଛି ବ୍ୟାଙ୍କ । ଏହି ବନ୍ଦ ଡାକରା ଦେଇଥିଲା ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ । ଦେଶ ବଞ୍ଚାଓ, ବ୍ୟାଙ୍କ ବଞ୍ଚାଓ ନାରାରେ କମ୍ପୁଛି କଟକ ସହର। ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକର ଘରୋଇ କରଣ ନ କରିବା ଓ ଶୀତ ଅଧିବେଶନରେ ବ୍ୟାଙ୍କିଙ୍ଗ ଆଇନ (ସଂଶୋଧନ)୨୦୨୧ କୁ ପ୍ରତ୍ୟାହାର କରିବା ଦାବିରେ ଆଜି ଆନ୍ଦୋଳନକୁ ଓଲ୍ହାଇଛନ୍ତି ସମସ୍ତ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କର ୧୦ ଲକ୍ଷ କର୍ମଚାରୀ ଓ ଅଫିସର । ଦେଶରେ ଅର୍ଥାବସ୍ଥା ନିମ୍ନଗାମୀ । କିନ୍ତୁ ଦୁର୍ଭାଗ୍ୟର ବିଷୟ ସରକାର ରାଷ୍ଟ୍ରାୟତ ବ୍ୟାଙ୍କରୁ ବିପୁଳ ପରିମାଣର ଋଣ ନେଇ ପରିଶୋଧ କରୁ ନଥିବା କର୍ପୋରେଟରଙ୍କ ହାତରେ ଟେକି ଦେବାକୁ ଯାଉଛନ୍ତି। ଯାହା ସମ୍ପୂର୍ଣ୍ଣ ରୂପେ ବ୍ୟାଙ୍କ ବିରୋଧୀ ନୀତି। ଯଦି ଏହି ଦିଗରେ ସରକାର ଦୃଷ୍ଟାନ୍ତ ମୂଳକ କାର୍ୟ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଏହି ଦୁଇ ଦିନ ଧର୍ମଘଟ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଜାରି ରହିବ।