ଭୁବନେଶ୍ୱର/ ସ୍ୱରୂପା ମହାପାତ୍ର: ବିଗତ ୧୩ ବର୍ଷର ନିରନ୍ତର ଆଲୋଚନା , ଆନ୍ଦୋଳନ ଓ ପ୍ରତିଶୃତି ପରେ ମଧ୍ୟ ମିଳୁନି ଉଚିତ ନ୍ୟାୟ । ଦୌଡି ଦୌଡି ବୟସ ବିତିଯାଇଥିଲେ ମଧ୍ୟ ସରକାରଙ୍କ ଭାଙଗୁନି ନିଦ । ତେବେ ବାରମ୍ବାର ସରକାରଙ୍କ ପ୍ରତିଶୃତି ଭରା ଚିଠି କାର୍ଯ୍ୟକାରୀ ନ ହେବା ପରେ ଆତ୍ମହତ୍ୟାକୁ ଶେଷ ରାସ୍ତା ବାଛିଛନ୍ତି ଗାଁ ସାଥୀ କର୍ମୀ ମାନେ ।
ଦୀର୍ଘ ୫୬ ଦିନ ଧରି ଆନ୍ଦୋଳନ କରିଆସୁଛନ୍ତି ଗାଁ ସାଥୀ କର୍ମୀ ମାନେ ।୫ ଦଫା ଦାବିକୁ ନେଇ ସରକାରଙ୍କ ଆଗରେ ଉପସ୍ଥାପନ କରାଯିବା ପରେ ପ୍ରାୟ ୪୫ ମିନିଟର ଆଲୋଚନା ପରେ ଆସନ୍ତା ୧୫ ଦିନ ଭିତରେ ଦାବୀ ପୂରଣ କରିବାକୁ ସରକାରୀ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ପଞ୍ଚାୟତିରାଜ ମନ୍ତ୍ରୀ । ମାତ୍ର ୨ ମାସ ପାରେ ମଧ୍ୟ ମିଳିନାହିଁ ଉପଯୁକ୍ତ ଅଧିକାର । ୨୦୦୮ରୁ ମୁତୟନ ଗାଁ ସାଥୀ ମାନଙ୍କୁ ମାସିକ ପ୍ରୋତ୍ସାହନ ରାଶି ୮୦୦୦ଟଙ୍କାରୁ ଉଦ୍ଧ୍ୱର୍ ପ୍ରଦାନ କରାଯିବା ସହ କୋଭିଡ ସହାୟତା ରାଶି ବାବଦକୁ ୨୦୦୦୦ଟଙ୍କାର ଅର୍ଥ ଦେବାକୁ ଦାବି କରିଛନ୍ତି କର୍ମୀ ମାନେ । ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣର ଚିଠି ଅନୁଯାୟୀ ମାସକୁ ସର୍ବନିମ୍ନ୧୦ ଦିନର କର୍ଯ୍ୟ ଯୋଗାଇ ନପାରିଲେ ସେହି ୧୦ ଦିନର ପ୍ରାପ୍ୟକୁ ବେକାରୀ ଭତ୍ତା ଭାବରେ ଗାଁ ସ।।ଥୀ ମାନଙ୍କୁ ଦିଆଯାଉ ବୋଲି ମଧ୍ୟ ରହିଛି ଦାବି ।
ଏହି ସବୁ ଦାବିକୁ ନେଇ ସରକାରଙ୍କ ପାଖରୁ ନିରାଶା ପାଇ ବିଗତ ୪ ଦିନ ହେବ ଶାନ୍ତିପୂର୍ଣ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମଧ୍ୟ ବିଫଳ ହୋଇଛନ୍ତି ଗାାଁ ସାଥୀ ମେଟର କର୍ମୀମାନେ । ଶେଷରେ ଆଜି ବିଧାନସଭା ସମ୍ମ୍ୁଖରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ କିଛି କର୍ମୀ । ସେହି ସମୟରେ ପୁଲିସ କର୍ମୀମାନେ ଦଳର ସଭାପତି ସୌଭାଗ୍ୟ କୁମାର ମିଶ୍ର ଓ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଯଥାଶୀଘ୍ର ଦଳୀୟକର୍ମୀ ମାନଙ୍କୁ ମୁକ୍ତ କରାଯିବା ସହ ଦାବିଗୁଡିକୁ ଉଚିତ ନ୍ୟାୟ ନ ମିଳିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ଉଚିତ ଜବାବ ଦିଆଯିବ ବୋଲି କହଛନ୍ତି ଗାଁ ସାଥୀ ସଦସ୍ୟମାନେ ।