ଭୁବନେଶ୍ୱର: ନଗର ଉନ୍ନୟନ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମାଙ୍କ ପିଏସଓ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ । କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିଜିପି ଅଭୟ । ପ୍ରେସ ରିଲିଜ ମାଧ୍ୟମରେ ଏନେଇ ସୂଚନା । ଗତ ସୋମବାର ଦିନ ନୂଆ ନଈରୁ ଚିତ୍ତଙ୍କ ମୃତଦେହ ମିଳିଥିଲା ।
ନଗର ଉନ୍ନୟନ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମାଙ୍କ ପିଏସଓ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ ନୂଆ ନଈରୁ ଉଦ୍ଧାର କରାଯାଇଥିଲା । ଏହା ପୂର୍ବରୁ ଚିତ୍ତ ଏକ ଭୋଜିରେ ଯାଇ ନିଖୋଜ ଥିଲେ । ମୃତଦେହ ଉଦ୍ଧାର ପରେ ଚିତ୍ତଙ୍କ ସ୍ତ୍ରୀ ଏହାକୁ ଏକ ହତ୍ୟା ଘଟଣା କହିବା ସହ ଏଥିରେ ଦାସ ବର୍ମାଙ୍କ ହାତଥିବା ଅଭିଯୋଗ ଆଣିଥିଲେ । ଅନ୍ୟପଟେ ବିରୋଧୀ ଦଳ ମଧ୍ୟ ଦାସବର୍ମାଙ୍କୁ ହତ୍ୟା ଘଟଣାରେ ଟାଣିବାକୁ ଚେଷ୍ଟା କରିଥିଲା । ଏହାକୁ ନେଇ ପିରବାର ପକ୍ଷରୁ ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଦାବି କରାଯାଇଥିଲା ।
ଏହି ଘଟଣ।।ରେ ମଙ୍ଗଳବାର ଦିନ ଚିତ୍ତଙ୍କ ସମ୍ପର୍କୀୟ ଭଉଣୀ ଓ ବାପା ଏସପିଙ୍କୁ ଭେଟି କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଅପିଲ କରିଥିଲେ । ସେହିପରି ଦାସବର୍ମା ମଧ୍ୟ ଏସପିଙ୍କୁ ଭେଟି ତଦନ୍ତ ସମ୍ପର୍କରେ ଆଲୋଚନା କରିଥିବା ସୂଚନା ଦେଇଥିଲେ ।