ମହିଳାଙ୍କ ସ୍ନାନ ବେଳର ଫଟୋ ଉଠେଇ ଜଣେ ଗିରଫ

ଗୋପ/ ଜୟନ୍ତ ସେଠୀ: ପୁରୀରେ ଲଜ୍ୟାଜନକ ଘଟଣା। ମହିଳା ପର୍ୟ୍ୟଟକଙ୍କ ବାଥରୁମରେ ସ୍ନାନ ସମୟର ଚିତ୍ର ଉତ୍ତୋଳନ କରି ଗିରଫ ହେଲେ ହୋଟେଲ କର୍ମଚାରୀ । ସମୁଦ୍ରକୂଳ ଥାନା ଅଂଚଳର ହରିହର ଛକ ନିକଟ ଏକ ହୋଟେଲରେ ଘଟିଛି ଏହି ଘଟଣା । ଏହି ଘଟଣାକୁ ନେଇ ପୁରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ ହେବା ପରେ ହୋଟେଲ ଷ୍ଟାଫକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା ୨୫ ବର୍ଷିୟ ବିପ୍ଲବ ମିତ୍ର । ସମୁଦ୍ରକୁଳ ଥାନା ପକ୍ଷରୁ ୩୫୪ ସି , ୩୫୪ ଡି ଓ ୫୦୯ ଆଇପିସି ମାମଲା ରୁଜୁ କରାଯାଇଛି । ମହିଳା ପର୍ୟ୍ୟଟକଙ୍କ ଏତେଲା କ୍ରମେ ସମୁଦ୍ରକୁଳ ଥାନା ପୁଲିସ ଅଭିଯୁକ୍ତ ବିପ୍ଲବ ମିତ୍ର ଗିରଫ କରିଛି । ସେ ହରିହର ଛକରେ ଥିବା ଡି.କେ ହୋଟେଲରେ ହାଉସକିପିଂ ଷ୍ଟାଫ ଭାବେ କାର୍ୟ୍ୟ କରୁଥିଲା ଅଭିଯୁକ୍ତ ବିପ୍ଳବ । ମହିଳା ପର୍ୟ୍ୟଟକ ହେଲେ ସୁନ୍ଦରଗଡର । ପରିବାର ସହ ଶନିବାର ଠାରୁ ପୁରୀ ଆସି ହୋଟେଲ ଡିକେରେ ରହୁଥିଲେ । ପର୍ୟ୍ୟଟକଙ୍କ ପ୍ରତି ଏଭଳି ଘଟଣାକୁ ନେଇ ପୁରୀ ହୋଟେଲ ମାଲିକ ସଙ୍ଘ ପକ୍ଷରୁ ନିନ୍ଦା ସହ ଦୃଢ କାର୍ୟ୍ୟନୁଷ୍ଠାନ ଦାବି କରାଯାଇଛି ।
ବାଇଟ – କେ ବିଶାଳ ସିଂ, ପୁରୀ ଏସ୍ପି