ସୁଆରଙ୍କ ଉପରେ ଢାଳି ହେଲା ଅବଢା ଡାଲି

ପୁରୀ: ପୁଣି ଶ୍ରୀମନ୍ଦିରରେ ଘଟିଛି ଅଘଟଣ । ମହାପ୍ରଭୁଙ୍କ ଅବଢାରେ ଆହତ ହୋଇଛନ୍ତି ଶ୍ରୀମନ୍ଦିରର ଜଣେ ସୁଆର । ଆହତ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଭୋଗମଣ୍ଡପ ଗୃହରୁ ଆନନ୍ଦ ବଜାରକୁ ମହାପ୍ରସାଦ ନେଇ ଯାଉଥିବା ବେଳେ ଖସି ଯାଇଥିଲା ସେବାୟତଙ୍କ ଗୋଡ । ଫଳରେ ଗରମ ଡାଲି କୁଡୁଆ ତାଙ୍କ ଉପରେ ଅଜାଡି ହୋଇ ପଡିଥିଲା । ଆହତ ସେବାୟତ ଜଣଙ୍କ ହେଉଛନ୍ତି ହରଚଣ୍ଡୀ ସାହିର ନରସିଂହ ମହାପାତ୍ର । ଏଥିରେ ତାଙ୍କର ବାମ ହାତ ଓ ଗୋଡରେ ଫୋଟକା ହୋଇଯାଇଛି । ତାଙ୍କୁ ପ୍ରଶାସନର ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ସ୍ୱସ୍ଥ୍ୟବସ୍ଥା ସ୍ଥିତ ଥିବା ଡାକ୍ତର ସୂଚନା ଦେଇଛନ୍ତି ।