କଣ୍ଟାବାଞ୍ଜି: ବହୁ ଚର୍ଚ୍ଚିତ ମମିତା ହତ୍ୟା ଘଟଣାରେ ଆସିପାରେ ନୂଆ ଟ୍ୱିଷ୍ଟ । ଆସନ୍ତା ୧୫ ତାରିଖରେ ହେବ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଆବେଦନର ଶୁଣାଣି । କଣ୍ଟାବାଞ୍ଜି ଏଡଜେ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି ଗୋବିନ୍ଦଙ୍କ ଓକିଲ । ପୂର୍ବରୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟ ଜାମିନ ଖାରଜ ହେବା ପରେ କଣ୍ଟାବାଞ୍ଜି ସବ୍ ଜେଲରେ କଟୁଛି ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେଶ୍ୟାମଙ୍କ ରାତି ।
ସୂଚନା ଅନୁଯାୟୀ, ମହାଲିଙ୍ଗ ମମିତା ହତ୍ୟା ଘଟଣାରେ ଗିରଫ ହୋଇ କାରାଗାର କାଟୁଛନ୍ତି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ରାଧେଶ୍ୟାମ । ବାରମ୍ବାର ଜେଏମଏଫସି କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ଏଡିଜେ କୋର୍ଟରେ ଆବେଦନ କରିଛନ୍ତି ଉଭୟ । ଆସନ୍ତା ୧୫ ତାରିଖରେ ଏହାର ଶୁଣାଣି ହେବ ।