ଭୁବନେଶ୍ୱର: ସହିଦ ରାଣା ପ୍ରତାପଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାରନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ରାଣାପ୍ରତାପଙ୍କ ମରଶରୀରରେ ପୁଷ୍ପ ପ୍ରଦାନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସହିଦ ରାଣାପ୍ରତାପଙ୍କ ଉତ୍ସର୍ଗୀକୃତ ସେବା ଓ ଦେଶଭକ୍ତିକୁ ନବୀନ ଭୂୟସୀ ପ୍ରଶଂସା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିମାନ ବନ୍ଦରରେ ସହିଦଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି।
ଭୁବନେଶ୍ୱରରୁ ସହିଦଙ୍କ ଜନ୍ମମାଟି ଅଭିମୁଖେ ତାଙ୍କ ପୈତୃକ ଗାଁ କୃଷ୍ଣଚନ୍ଦ୍ରପୁରରେ ଅନ୍ତିମ ସଂସ୍କାର ପାଇଁ ବାହାରି ଯାଇଛି। ଶେଷକୃତ୍ୟ ପାଇଁ ଜନ୍ମାମାଟିରେ ବ୍ୟାପକ ପ୍ରସ୍ତୁତି ହୋଇଛି । ରାଣା ପ୍ରତାପଙ୍କ ପାର୍ଥିବ ଶରୀର ଆଜି ଦିଲ୍ଲୀରୁ ଭୁବନେଶ୍ୱରରେ ପହଂଚିଥିଲା । ଗତକାଲି ରାଣାଙ୍କ ପତ୍ନୀ ଶିବାଙ୍ଗୀ ଓ ଦେଢ଼ ବର୍ଷର ପୁଅ ଗୟାରୁ ଆସି ତାଳଚେରରେ ପହଞ୍ଚିଥିଲେ ।