ପୁରୀ(ଜୟନ୍ତ କୁମାର ସେଠୀ): ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କୁ ସର୍ମପଣ ହୋଇଛି ପୁସ୍ତକ ଗଜପତି । ଡଃ ଅଶୋକ କୁମାର ବଳଙ୍କ ଦ୍ବାରା ଲେଖାଯାଇଥିବା ପୁସ୍ତକ ଗଜପତି, କିଙ୍ଗ ଉଦାଉଟ କିଙ୍ଗଡମ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଛି । ଏହି ପୁସ୍ତକରେ ଗଜପତି କପିଳେନ୍ଦ୍ର ଦେବଙ୍କ ଦାକ୍ଷିଣାତ୍ୟ ବିଜୟର ଗାଥା, ଗଜପତି ପରମ୍ପରା, ଗଜପତିଙ୍କ ଶାସନ ଓ ବ୍ରିଟିଶ ଶାସନ ସମୟରେ ଗଜପତିଙ୍କ ରାଜ୍ୟ ବିନା ଶାସନ ବିଷୟ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଛି । କପିଳେନ୍ଦ୍ର ଦେବଙ୍କଠାରୁ ବର୍ତ୍ତମାନର ଗଜପତି ଦିବ୍ୟସିଂହ ଦେବ ମହାରାଜାଙ୍କ ପର୍ୟ୍ୟନ୍ତ ସମସ୍ତ ଗାଥା ଏହି ପୁସ୍ତକରେ ସବୁକିଛି ସାଣିତ କରାଯାଇଛି । ଆସନ୍ତା ୧୮ତାରିଖରେ ଭୁବନେଶ୍ୱର ଜୟଦେବ ଭବନରେ ଏହି ପୁସ୍ତକର ଲୋକାର୍ପଣ କାର୍ୟ୍ୟକ୍ରମ ଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।