ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ନିଯୁକ୍ତି ଦାବି

ପୁରୀ(ଜୟନ୍ତ କୁମାର ସେଠୀ): ସ୍କୁଲ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ନିଯୁକ୍ତି ନେଇ ଉଠିଛି ଦାବି । ଓଡିଶା ସ୍ପେଶାଲ ଏଜୁକେସନ ଫେଡରେସନ ଫର ଦିବ୍ୟାଙ୍ଗ ଶାଖା ପକ୍ଷରୁ ପୁରୀ ଏକ ଶୋଭାଯାତ୍ରା କରିବା ସହ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସଙ୍ଗଠନର ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ସ୍କୁଲ ଗୁଡିକରେ ଦିବ୍ୟଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଟ୍ରେନିଂ ପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦେଉ ନାହାନ୍ତି ।
ହରିୟାଣା, ପଞ୍ଜାବ ସମେତ ଦେଶରେ ଅଧିକାଂଶ ରାଜ୍ୟ ସ୍କୁଲରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି । ତେବେ ଓଡିଶା ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବଜ୍ଞା କରି ଏହାକୁ ଓଡିଶାରେ ଲାଗୁ କରୁନାହାନ୍ତି । ଯାହାକୁ ନେଇ ସେମାନେ ରାଜ୍ୟ ସରକାରଙ୍କୁ ଚେତାଇବନୀ ଦେଇଛନ୍ତି । ସରକାର ଏହି ନିୟମକୁ ଲାଗୁ ନ କଲେ ବାଧ୍ୟ ହୋଇ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସଂଗଠନ କହିଛି ।