ନୂଆଦିଲ୍ଲୀ: ଭାରତକୁ ଛୁଇଁଲା କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ । କର୍ଣ୍ଣାଟକରୁ ଦୁଇ ଜଣ ବ୍ୟକ୍ତିଙ୍କ ଦେହରେ ଓମିକ୍ରନର ସଂକ୍ରମଣ ଦେଖାଯାଇଛି । ଉଭୟ ସଂକ୍ରମିତ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଏବଂ ୪୬ ବର୍ଷ । ଏ ନେଇ ସୂଚନ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।
Two cases of #Omicron Variant reported in the country so far. Both cases from Karnataka: Lav Agarwal, Joint Secretary, Union Health Ministry#COVID19 pic.twitter.com/NlJOwcqGDf
— ANI (@ANI) December 2, 2021
କେନ୍ଦ୍ର ସରକାରଙ୍କ ପକ୍ଷରୁ ଓମିକ୍ରନର ଭୟାବହତାକୁ ନେଇ ବାରମ୍ବାର ସତର୍କ କରାଯାଇଛି । କିନ୍ତୁ ଏବେ ଭାରତରେ ଓମିକ୍ରନ ସଂକ୍ରମଣ ଚିହ୍ନଟ ହୋଇଛି । ଆକ୍ରାନ୍ତ ହୋଇଥିବା ଦୁଇ ବ୍ୟକ୍ତିଙ୍କୁ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଇସୋଲେଟରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ଏଥି ସହିତ ଉଭୟଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଟ୍ରେସ କରାଯାଉଛି ।
#WATCH | Passengers arriving from 'at risk' countries need to undergo RT-PCR test on arrival. If found positive for COVID, they'll be treated under clinical management protocol. If tested negative they'll follow, home quarantine for 7 days: Lav Agarwal, JS, Union Health Ministry pic.twitter.com/OyUJZrELhn
— ANI (@ANI) December 2, 2021
ଏ ଯାଏଁ ମୋଟ ୨୯ଟି ଦେଶକୁ ମାଡିଗଲାଣି କରୋନାର ଓମିକ୍ରନ୍ ଭ୍ୟାରିଆଣ୍ଟ । ୨୯ ଦେଶରେ ମୋଟ ୩୭୩ ଜଣ ଏହି ଓମିକ୍ରନ୍ ଭ୍ୟାରିଆଣ୍ଟରେ ସଂକ୍ରମିତ । ସାରା ବିଶ୍ବକୁ ଏହା ବିଚଳିତ କରିପକାଇଲାଣି । ସବୁଠାରୁ ବଡ କଥା ହେଉଛି ବର୍ତ୍ତମାନ ଦିଆଯାଉଥିବା କୋଭିଡ୍ ଟିକା ଓମିକ୍ରନ୍କୁ ରୋକିବାରେ ସକ୍ଷମ ହେବ କି ନାହିଁ ତାହା ଅସ୍ପଷ୍ଟ । ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ ପ୍ରେସ୍ମିଟ୍ ଜରିଆରେ କହିଛନ୍ତି, ‘ଓମିକ୍ରନ୍ର ଭୟାବହତା ଦୃଷ୍ଟିରୁ ରିସ୍କ ଦେଶଗୁଡିକରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି । ସେହି ଦେଶ ଗୁଡିକରୁ ଆସୁଥିବା ବ୍ୟକ୍ତିମାନେ ଦେଶରେ ପହଞ୍ଚିବା ପରେ କୋଭିଡ୍ RT-PCR ଟେଷ୍ଟ କରାଇବା ବାଧ୍ୟତାମୂଳକ । ଯଦି ରିପୋର୍ଟ ପଜିଟିଭ ଆସେ ତେବେ ପ୍ରୋଟୋକୋଲ ଅନୁଯାୟୀ ସେମାନେ ହସ୍ପିଟାଲରେ ରହିବେ କିମ୍ବା ଅଧିକ ସମସ୍ୟା ଦେଖାଗଲେ ହସ୍ପିଟାଲରେ ଆଡ୍ମିଟ୍ ହେବେ । ଏହା ସହିତ ଯେଉଁମାନଙ୍କର RT-PCR ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବ ସେମାନେ ୭ଦିନିଆ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ।’